୧୬ ମାଓବାଦୀସୀମାନ୍ତରୁ ଗିରଫ ହେଲେ ସୀମାନ୍ତରୁ ଗିରଫ ହେଲେ
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ସିଆର୍ପିଏଫ୍, କୋବ୍ରା ବାହିନୀ ମିଳିତ ଭାବେ ମାଓବାଦୀ ଦମନ କାର୍ଯ୍ୟକ୍ରମରେ ସର୍ଚ୍ଚ ଅପରେଶନରେ ବାହାରିଥିବାବେଳେ ବାସାଗୁଡ଼ା ଥାନା ଅଞ୍ଚଳରୁ ଦୁଇଜଣ, ଗଙ୍ଗାଲୁର ଥାନା ଅଞ୍ଚଳରୁ ୬ ଜଣ, ଜଙ୍ଗଲା ଥାନା ଅଞ୍ଚଳରୁ ୮ଜଣ ଏହିପରି ମୋଟ୍ ୧୬ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ମାଓବାଦୀଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ମାଓବାଦୀ ପ୍ରଚାର ପତ୍ର ଓ ସାମଗ୍ରୀ ଜବତ କରାଯାଇଛି।
ଏ ସମ୍ବନ୍ଧରେ ପଚରାଉଚରା କରିବାରୁ ମାଓବାଦୀମାନେ ସୁରକ୍ଷାବାହିନୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଆଇଡି ବିସ୍ପୋରଣ କରବା ନିମନ୍ତେ ବିସ୍ଫୋରକ ସାମଗ୍ରୀ ଓ ପ୍ରଚାର ସାମଗ୍ରୀ ଏକାଠି କରିଥିଲେ। ଗିରଫ ସମସ୍ତ ମାଓବାଦୀଙ୍କ ବିରୋଧରେ କେସ୍ ଦାୟର କରି କୋର୍ଟ ଚାଲାଣ କରାଯାଇଛି। ତେବେ ଗିରଫ ମାଓବାଦୀଙ୍କ ମଧ୍ୟରୁ ନଡଗୁ ବେକ, ବେଟି ମାଡବି, ବୋଡା ବେକୋ, ପାକଲୁ ଫରସା, ବାମନ କବାସୀ, ମୁନ୍ନା କୁହରାମୀ, ମୁନ୍ନା ବେକୋ, ମୁନ୍ନା କୁହରାମୀ, ବୁଧରୁ ଓରଫ ବଧରୁ ବାରସା, ଭିମା ବାରସେ, ମାଡବି ପାଲା, ଜୋଗା ମାଡବି, କଲମୁ ମନକୀ, ବୁଦରୀ ବାରସେ, କଲମୁ ଫୁଲୋ, ନନ୍ଦା କୁାମ, ଭିମା ମଡକମା ଏହି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବିଜାପୁର ପୋଲିସ ସୂତ୍ରରୁ ପ୍ରକାଶ।