ସାଉଦି ଆରବ ବସ ଦୁର୍ଘଟଣା : ୪୨ ଭାରତୀୟ ଜିବନ୍ତ ଦଗ୍ଧ
ନୂଆଦିଲ୍ଲୀ : ସାଉଦି ଆରବରେ ଭୟଙ୍କର ବସ ଦୁର୍ଘଟଣା ସାମ୍ନାକୁ ଆସିଛି । ବସରେ ନିଆଁ ଲାଗିଯିବାରୁ ୪୨ଜଣ ମୃତ୍ୟୁ ବରଣ କରିଛନ୍ତି । ସମସ୍ତ ୪୨ ଜଣ ଭାରତୀୟ ବୋଲି ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ସମୟରେ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ୪୨ ଜଣ ଭାରତୀୟ ଜିବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ସୂଚନା ଅନୁସାରେ, ବସଟି ମକ୍କାରୁ ମଦିନା ଯାଉଥିଲା । ଏଥିରେ ୪୨ ଭାରତୀୟ ଥିଲେ । କିନ୍ତୁ ହଠାତ ଏକ ଡିଜେଲ ଟ୍ୟାଙ୍କର ବସକୁ ଧକ୍କା ଦେଇଥିଲା । ଫଳରେ ବସରେ ନିଆଁ ଲାଗି ଏହା ଜଳିଯାଇଥିଲା । ରାତ୍ର ୧.୩୦ ସମୟରେ ସମସ୍ତେ ଶୋଇଥିବା ସମୟରେ ଘଟିଥିଲା ଅଘଟଣ । ବସରେ ଥିବା ଅଧିକାଂଶ ଯାତ୍ରୀ ତେଲଙ୍ଗାନାର ବୋଲି ଜଣାପଡିଛି । ଅଘଟଣ ବେଳେ ଅଧିକାଂଶ ଯାତ୍ରୀ ଶୋଇ ପଡିଥିଲେ । ତେଣୁ ନିଜକୁ ରକ୍ଷା କରିପାରିନଥିଲେ । ମୃତକଙ୍କ ମଧ୍ୟରେ ୧୧ ମହିଳା ଏବଂ ୧୦ ଜଣ ଶିଶୁ ରହିଛନ୍ତି ।