ଜଗତ୍ଗୁରୁଙ୍କ ସହ ଆଲୋଚନା କଲେ ତୋଗାଡ଼ିଆ
ପୁରୀ : ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡ଼ିଆ । ଗୋବର୍ଦ୍ଧନ ମଠ ଠାରେ ଶ୍ରୀ ତୋଗାଡ଼ିଆ ଜଗତଗୁରୁଙ୍କୁ ସାକ୍ଷାତ କରି ଅଖଣ୍ଡ ଭାରତ ଓ ଦେଶର ଆଭ୍ୟନ୍ତରିଣ ବ୍ୟାପାର ସଂପର୍କରେ ଆଲୋଚନା କରିଥିଲେ । ଉଭୟଙ୍କ ମଧ୍ୟରେ ଦେଶର ସାଂପ୍ରତିକ ସ୍ଥିତି ସଂପର୍କରେ ମତ ବିନିମୟ ହୋଇଥିଲା । ଜଗତଗୁରୁ ତୋଗାଡ଼ିଆଙ୍କ ଠାରୁ ପରିଷଦର କାର୍ଯ୍ୟାବଳୀ ସଂପର୍କରେ ପଚାରି ବୁଝିଥିଲେ ।