୨ ଗାଁକୁ ମୁ୍ୟନିସିପାଲ୍ଟିରେ ସାମିଲ ନ କରିବାକୁ ଦାବି
ଛତ୍ରପୁର : ଛତ୍ରପୁର ମୁ୍ୟନିସିପାଲଟିରେ ଅଗସ୍ତିନୂଆଗାଁ ପଂଚାୟତର ସାନନୋଳିଆ ନୂଆଗାଁ ଓ ବଡ ନୋଳିଆନୂଆଗାଁକୁ ଅନ୍ତର୍ଭୁକ୍ତ ନ କରିବା ପାଇଁ ଦାବି କରିଛନ୍ତି । ଏସଂକ୍ରାନ୍ତରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସଙ୍କ ନେତୃତ୍ୱରେ ପଂଚାୟତ ସମିତିସଭ୍ୟ ତଥା ଛତ୍ରପୁର ବ୍ଲକ ଅଧ୍ୟକ୍ଷ କିରଣ କୁମାରୀ ଦାସ, ପଂଚାୟତ ସରପଂଚ ଉର୍ମିଳା ଦାସ ଏବଂ ୱାର୍ଡମେମ୍ବରଙ୍କ ଦସ୍ତଖତ ଥିବା ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ବିଡିଓଙ୍କୁ ପ୍ରଦାନ କରିଛନ୍ତି ।
ନିକଟରେ ଛତ୍ରପୁର ଏନ୍ଏସିକୁ ରାଜ୍ୟ ସରକାର ମୁ୍ୟନସିପାଲଟି ଘୋଷଣା କରିଛନ୍ତି । ଏହିକ୍ରମରେ ଏନ୍ଏସି ପରିପାଶ୍ୱରେ ଥିବା ପୋଡାପଦର, ଚିକଲଖଣ୍ଡି, କଣମଣା ଓ ଅଗସ୍ତିନୂଆଗାଁ ପଂଚାୟତର କିଛି ଗ୍ରାମକୁ ନେଇ ଛତ୍ରପୁର ମୁ୍ୟନସିପାଲଟି ହେବ । ଏହାକୁ ସ୍ୱାଗତ କରୁଛୁ, ହେଲେ କିଛି ସୂଚନା ପ୍ରକାରେ ଅଗସ୍ତିନୂଆଗାଁ ପଂଚାୟତର ୨ ଗୋଟି ମସô୍ୟଜୀବୀ ଗ୍ରାମ ତଥା ସାନନୋଳିଆ ନୂଆଗାଁ ଓ ବଡ ନୋଳିଆନୂଆଗାଁକୁ ମଧ୍ୟ ମୁ୍ୟନସିପାଲଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା କରାଯାଉଛି । ଏହାକୁ ଆମ ୨ ଖଣ୍ଡ ଗ୍ରାମବାସୀ ସହମତି ପ୍ରକାଶ କରୁନାହୁଁ । ବହୁବର୍ଷ ଧରି ଆମ୍ଭର ୨ଟି ଗାଁ ପଂଚାୟତ ପ୍ରଶାସନ ଅଧୀନରେ ରହି ବିଭିନ୍ନ ପ୍ରକାର ସରକାରୀ ସହାୟତା ପାଉଛୁ । ଏଣୁ ଆମ ୨ଟି ସଂପୂର୍ଣ୍ଣ ମତ୍ସ୍ୟଜୀବୀ ପରିବାରର ସମୁଦ୍ରରୁ ମାଛମାରି ଜୀବନ ଜୀବିକା ନିର୍ବାହ କରୁଛ ଏପ୍ରସଙ୍ଗରେ ଗ୍ରାମବାସୀଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଅକ୍ଷୟ ସ୍ୱାଇଁ, ୱାର୍ଡମେମ୍ବର ଡି.ଏରେୟା, ଏ.କାଲମା, ଏ.ପାପାମ୍ମା ଓ ଏ.ଧର୍ମା, ଏ,ଗୁରେୟା,ଏ.ସନ୍ୟାସୀ, ବି.ମୁସଲେୟା, ଏସ୍ ଗୁରେୟାଙ୍କ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।