ପିଆଇସିଟି ଶ୍ରମିକ ସାଧାରଣ ସଭା
ପାରାଦୀପ : ପାରାଦୀପ ପୋର୍ଟ ମଜଦୁର ସଙ୍ଘ ପକ୍ଷରୁ ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗଟର୍ମିନାଲ (ପିଆଇସିଟି)ରେ କାମ କରୁଥିବା ଶ୍ରମିକ ମାନଙ୍କୁ ନେଇ ପାରାଦୀପ ବନ୍ଦର ନୂତନ କଲ୍ୟାଣ ମଣ୍ଡପ ପରିସରରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମଜଦୁର ସଂଘର ସଭାପତି ବିଶିଷ୍ଟ ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ଅଭିମନୁ୍ୟ ବେହେରା, ସାଧାରଣ ସମ୍ପାଦକ ପରେଶ ମୁର୍ମୁ, ଉପସଭାପତି ସୁବ୍ରତ ପ୍ରଧାନ, ସହ ସମ୍ପାଦକ ଦିଲ୍ଲୀପ ବଳିୟାରସିଂହ, ଉପଦେଷ୍ଟା ସର୍ବେଶ୍ୱର ବଳିୟାରସିଂହ ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ସଂଘ ପକ୍ଷରୁ ଜାରି ରହିଥିବା ପଦକ୍ଷେପ ଓ ହାସଲ କରିଥିବା ସଫଳତା ଉପରେ ଆଲୋକପାତ କରିଥିଲେ । ଅପର ପକ୍ଷେ ଶ୍ରମିକ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ତଥାକଥିତ ଦଲାଲ ଶ୍ରମିକ ନେତା ମାନଙ୍କ ଠାରୁ ଦୁରେଇ ରହିବା ଉପରେ ସଂଘର ସଭାପତି ତ୍ରିପାଠୀ ସମବେତ ଶ୍ରମିକ ମାନଙ୍କୁ ସତର୍କ କରାଇଥିଲେ । ଉକ୍ତ ସଭାରେ ଶତାଧିକ ଶ୍ରମିକ ଉପସ୍ଥିତ ରହି ଅତୀତରେ ପିଆଇସିଟିରେ ଶ୍ରମିକ ନେତା ବାପି ସାର୍ଖେଲଙ୍କ ଦ୍ୱାରା କିଭଳି ଅତ୍ୟାଚାରିତ, ଅବହେଳିତ ଓ ପ୍ରତାରିତ ହେଉଥିଲେ, ସେ ସମ୍ପର୍କରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।