୨୦ ଓ ୨୧ ଦୀପାବଳି ଛୁଟି ; ସ୍କୁଲ ଓ କଲେଜ ବି ବନ୍ଦ ରହିବ
ଭୁବନେଶ୍ୱର : ରାଜ୍ୟ ସରକାର ଛୁଟି ତାଲିକାରେ ଆଂଶିକ ପରିବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ପାଞ୍ଜି ଓ ତିଥି ଅନୁସାରେ ଦୁଇଦିନ ଦୀପାବଳୀ ପାଳନ କରାଯିବ। ପୂର୍ବରୁ ୨୧ ତାରିଖକୁ ଦୀପାବଳୀ ଛୁଟି ବୋଲି ଘୋଷଣା କରାଯାଇଥିଲା । ଏବେ ଦୀପାବଳୀ ପାଇଁ ରାଜ୍ୟ ସରକାର ୨୦ ଓ ୨୧କୁ ଛୁଟି ଘୋଷଣା କରିଛନ୍ତି । ଅର୍ଥାତ୍ ୨୦କୁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି । ତେବେ ଆସନ୍ତା ୨୦ରେ ନୂଆପଡ଼ା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ୍ କୋର୍ଟ (କାର୍ଯ୍ୟନିର୍ବାହୀ) ଖୋଲା ରହିବ । ଏହି ଅତିରିକ୍ତ ଛୁଟି ଦିଆଯାଇଥିବାରୁ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାରକୁ ମଧ୍ୟ ସ୍କୁଲ ଓ କଲେଜ୍ ଛୁଟି ଘୋଷଣା ହୋଇଛି ।