ରାସ୍ତା ପାଇଁ ହଟହଟା ୱାର୍ଡବାସୀ
ାା ରାଜୀବ ପଣ୍ଡା ।ା
ଚକେଇସିଆଣିସ୍ଥିତ ଭୋଟପଡା ଲୋକନାଥ ବିହାର ଅଞ୍ଚଳ ଯାହାକି ଭୁବନେଶ୍ୱର ମହାନଗର ନିଗମ ୧୦ ନଂ ୱାର୍ଡ ଅନ୍ତର୍ଗତ ଏଠାରେ ରାସ୍ତା ସମସ୍ୟା ଏବଂ ଆଲୁଓ ଯେପରି ସ୍ୱପ୍ନ ଭଳି ଲାଗୁଛି ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତା ବଢାଇଛି । ଅସରାଏ ବର୍ଷାରେ ବେହାଲ ହୋଇପଡିଛି ୱାର୍ଡ ରାସ୍ତା । ଏପରିକି ଗାଡି ଯିବା ଆସିବା ଅସମ୍ବବ ହୋଇପଡିଥିବାବେଳେ ଚାଲିକି ଯିବାବି କଷ୍ଟକର ହୋଇପଡିଛି । ଏହି ଅଞ୍ଚଳରେ ପାଖାପାଖି ୨୦୦୦ ହଜାରରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏସବୁ ଜାଣି ମଧ୍ୟ ବିଏମସି ଚୁପ ହୋଇ ବସିରହିଛି । ଯାହାଫଳରେ ଲୋକଙ୍କମଧ୍ୟରେ ଅସନ୍ତୋଷ ବୃଦ୍ଦି ପାଇବାରେ ଲାଗିଛି । ଯଥାଶିଘ୍ର ଏହି ସମସ୍ୟାର ସମାଧାନ ନହେଲେ ଅଞ୍ଚଳବାସୀ ଆନେ୍ଦାଳନକୁ ଓହ୍ଲାଇବେ ବୋଳି ଚେତାବନୀ ଦେଇଛନ୍ତି । ଏହି ୧୦ ନଂ ୱାର୍ଡର ପ୍ରମୁଖ ସମସ୍ୟା ହେଲା ପାନୀୟଜଳ, ଆଲୁଅ ଓ ରାସ୍ତା ସମସ୍ୟା । ଅଣ ଓସାରିଆ ରାସ୍ତାରେ ପହୁଁଣ୍ଡେ ପହୁଁଣ୍ଡେ ଖାଲ ଖମାରରେ ଭରି ରହିଥିବାରୁ ସଂମ୍ପୂଣ୍ଣ ଅଞ୍ଚଳରେ ପାଣି ଜମିରହିବା ସହ କାଦ ପଚ୍ ପଚ୍ ରାସ୍ତାରେ ଲୋକେ ବହୁ କଷ୍ଟରେ ଜୀବନକୁ ବାଜି ଲଗାଇ ଯାତାୟତ କରନ୍ତି ଏପରିକି ବହୁଥର କାଦୁଅ ରାସ୍ତା ଫଳରେ ଦୁର୍ଦ୍ଧଟଣା ଘଟିବହୁ ଲୋକ ଅହାତ ହୋଇଥିବା ଅଞ୍ଚଳବାସୀ କହିଛନ୍ତି । ଷ୍ଟ୍ରିଟ ଲାଇଟ ନଥିବା ଫଳରେ ରାତ୍ର ସମୟରେ ବିଭିନ୍ନ ସରିସୃପ ବାହାରୁଥିବାରୁ ଲୋକେ ଭୟରେ ଚଳୁଥିବା କହିଛନ୍ତି । ଅଞ୍ଚଳରେ ବର୍ଷାରେ ଡ୍ରେନେଜ ପାଣି ପସିଆସୁଥିବାରୁ ପିଇବା ଅନୁପଯୋଗୀ ହୋଇଛି । ପ୍ଲଟିଂଙ୍ଗ ପରେ ରାସ୍ତା ଏବଂ ଆଲୋକ ବ୍ୟବସ୍ଥାକୁ ବିଲଡର ତରଫରୁ ଏନଓସି ମିଳିଥିଲେବି ମହାନଗର ନିଗମ ଚୁପହୋଇ ବସିରହିଛି । ଅଞ୍ଚଳରେ ବିଭିନ୍ନ ସ୍ଥାନରେ ୮ରୁ ଉର୍ଦ୍ଧ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କର୍ପୋରେଟର ନିର୍ବାଚନ ସମୟରେ ଭୋଟ ପାଇଁ ଆସନ୍ତି କିନ୍ତୁ ଲୋକଙ୍କ ଅସୁବିଧା ସମୟରେ ଦେଖାଦିଅନ୍ତି ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି । ଏନେଇ ୧୦ନଂ ୱାର୍ଡ କର୍ପୋରେଟର ଶେଖ ନୁର ହୁସେନ କହିଛନ୍ତି ଉକ୍ତ ଅଞ୍ଚଳପାଇଁ ରାସ୍ତା ନିର୍ମାଣ କରିବାକୁ ଟେଣ୍ଡର ହୋଇଥିଲା କିନ୍ତୁ ବିଏମସିରେ ବଜେଟ ନହେବାରୁ କାମ ବନ୍ଦ ହୋଇଛି ତୁରନ୍ତ ତାହା କାର୍ଯ୍ୟକାରୀ ହେବ ଏଥିସହ ୱାର୍ଡରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା ହୋଇଛି ପୋଲରେ ଲାଇଟ ଲାଗିସାରିଛି ଖୁବଶିଘ୍ର ତାହା ଲୋକାର୍ପିତ ହେବ । ବର୍ଷା ଦିନକୁ ଦେଖି ମରମ ପଡିଥିଲା କିନ୍ତୁ ବର୍ଷା ଫଳରେ ତାହା ଧୋଇହୋଇଛି । ଅଞ୍ଚଳବାସୀ ସହଯୋଗ କଲେ ୱାର୍ଡର ଉନ୍ନତି ହେବ ବୋଲି କହିଛନ୍ତି । ସେପଟେ କିନ୍ତୁ ଲେକେ କହିଛନ୍ତି ଡ୍ରେନେଜ କାର୍ଯ୍ୟ ଚାଲୁଥିବାରୁ ଏକାଧିକ ଭାରିଯାନ ଆସି ମାଟି ରାସ୍ତାକୁ ନଷ୍ଟ କରିଦେଇଛନ୍ତି ତେଣୁ ଅଞ୍ଚଳରେ ବିଭିନ୍ନ କାମ ଚାଲିଥିଲେମଧ୍ୟ ରାସ୍ତା କାର୍ଯ୍ୟ ପ୍ରଥମେ ସମାପ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।