୨୦ରୁ ହୀରାଖଣ୍ଡ ନାଟ୍ୟ ମହୋତ୍ସବ
ସମ୍ବଲପୁର: ସମ୍ବଲପୁର ଅଦୃଶ୍ୟ ନାଟ୍ୟ ଆଶ୍ରମ ପକ୍ଷରୁ ଆସନ୍ତା ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜ୍ୟୋତି ବିହାରଠାରେ ପଞ୍ଚମ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ଅନୁବନ୍ଧନରେ ଅନୁଷ୍ଠିତ ହେଉଥିବା ଏହି ନାଟ୍ୟ ମହୋତ୍ସବରେ ସମ୍ବଲପୁରୀ ନାଟକ, ଗୋଟିଏ ହିନ୍ଦୀ ଓ ଓଡିଆ ନାଟକ ପ୍ରଦର୍ଶିତ ହେବ । ଏଥିରେ କବି ମନୋରଞ୍ଜନ ସାହୁଙ୍କୁ ହୀରାଖଣ୍ଡ ନାଟ୍ୟ ସମ୍ମାନରେ ସମ୍ମାନିତ କରିବା ପାଇଁ ସ୍ଥିର କରାଯାଇଛି । ଚାରି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ସଞ୍ଜୟ ପାଢ଼ିଙ୍କ ରଚିତ ଓ ସଞ୍ଜୟ ବେହେରାଙ୍କ ନିଦେ୍ର୍ଦଶନାରେ ସମର୍ପଣ ନାଟ୍ୟ ଅନୁଷ୍ଠାନର ନାଟକ "ଅହ୍’, ଦ୍ୱିତୀୟ ସନ୍ଧ୍ୟାରେ ଅତିଶ ଶତପଥୀଙ୍କ ରଚନା ନିଦେ୍ର୍ଦଶନାରେ ଅଦୃଶ୍ୟ ନାଟ୍ୟ ଆଶ୍ରମର ନାଟକ "ଭାବ୍ ନୁ ଅଭାବ୍’, ତୃତୀୟ ସନ୍ଧ୍ୟାରେ ଅଶୋକ ବହିଦାରଙ୍କ ରଚନା ଓ ନିଦେ୍ର୍ଦଶନାରେ ଅବିର୍ଣ୍ଣିଗୁଡା ନାଟ୍ୟ ସଂସଦର ନାଟକ "ତୋର୍ ପାର୍ କେ ମୋର୍ ପାହା’, ଚତୁର୍ଥ ତଥା ଶେଷ ସନ୍ଧ୍ୟାରେ ଡ. ନୃପରାଜ ସାହୁଙ୍କ ରଚିତ ଓ ନିଳାମ୍ବର ମାଣିକପୁରିଙ୍କ ନିଦେ୍ର୍ଦଶିତ ନାଟକ "ପ୍ରିତି ଲଗ୍ନା’ ଏବଂ ସୁରେନ୍ଦ୍ର ବର୍ମାଙ୍କ ରଚିତ ଓ ପ୍ରିତି ସାଗରଙ୍କ ର୍ନିେଶନାରେ ‘ସୁର୍ଯ୍ୟ କି ଅନ୍ତିମ୍ କିରନ୍ ସେ ସୁର୍ଯ୍ୟ କି ପେହେଲି କିରନ୍ ତକ୍’ ନାଟକ ପ୍ରଦର୍ଶିତ ହେବବୋଲି ନାଟ୍ୟ ଆଶ୍ରମର ସମ୍ପାଦକ ତଥା ନିଦେ୍ର୍ଦଶକ ଅତୀଶ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସମ୍ମିଳନୀରେ ବରିଷ୍ଠ ଅଭିନେତା ନରେନ୍ଦ୍ର ବେହେରା, ପଙ୍କଜିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।