୨୦୨୦ ବ୍ୟାଚର ବନ୍ଧୁମିଳନ
କଟକ: ବାଖରାବାଦ ସ୍ଥିତ ଗାନ୍ଧୀଭବନ ଠାରେ ରେଭେନ୍ସା କଲିଜିଏଟର ସ୍କୁଲର ୨୦୨୦ ମାଟି୍ରକ ବ୍ୟାଚର ପ୍ରଥମ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବ୍ୟାଚର ପ୍ରାୟ ୭୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଏଲ ଶିବରାମ ବଜରଙ୍ଗୀ ଓ ସିରିସ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ସ୍କୁଲରେ ପଢ଼ୁଥିବା ସମୟରେ ଅତୀତର ସ୍ମୃତି ଓ ଅନୁଭୂତିର ସ୍ମୃତି ଚାରଣ କରିଥିଲେ । କାର୍ଯ୍ୟକ୍ରମରେ ଆକାଶ ଦାସ, ସ୍ମୃତି ରଂଜନ ସାହୁ, ଅଲିଭାଜ୍ୟୋତି ରାଉତ, ରୁଦ୍ର ନାରାୟଣ ଗୋଚ୍ଛି, ଅମନ ବିଶ୍ୱାଳ, ଦିଗେଶ୍ୱର ସେଠୀ, ସୁଭଶ୍ରୀ ଦାସ, ମହେଶ ବାରିକ, ଶେଖ ଦାନିସ, ଜଗଦୀପ ଦଳାଇ, ଅଭିଶେକ ମଂଗଳ, ଅଭିଶେକ ପୃଷ୍ଟି, ଭି ହେମାମଲିକା, କିରଣ ପୃଷ୍ଟି, ବିଦିସା ମାଇତି, ପ୍ରସନ୍ନ ବେହେରା, ସୋନୁ ପାତ୍ର, ଗୁରୁଚରଣ ରାଉତ, ନାଶିଫା ବେଗମ, ବିଷ୍ଣୁପି୍ରୟା ମଲ୍ଲିକ, ମାଣିକ ଚାନ୍ଦ ସିହ୍ନା, ସାହିଲ ରାଉତରାୟ, ସତ୍ୟଜିତ ସାହୁ, କେ ପଲ୍ଲବୀ, ସିଦ୍ଧାନ୍ତ ସେଠୀ, ଅହମ୍ମଦ ରାଜା ଖାଁ, ସୁଶାନ୍ତ ଦେଉରୀ, ଦିନେଶ ଛାଟୋଇ, ହରଶତ ସାହୁ, ସତ୍ୟବ୍ରତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୌରବ ପାଲିତ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରତିବର୍ଷ ଏହିଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।