କ୍ରିକେଟ ପ୍ରତିଯୋଗିତା ଉଦ୍ୟାପିତ
ସାରସକଣା: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ପରିସରରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଆନ୍ତଃ ମହାବିଦ୍ୟାଳୟ ଜୋନ୍ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ୧୧ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ ୧୨ଦଳ ଭାଗ ନେଇଥିଲେ । ସେମି ଫାଇନାଲରେ ବାରିପଦା ଏମସିଏଏମ କଲେଜ ତକତପୁର ବାରିପଦା ଲକ୍ଷ୍ମୀକାନ୍ତ କଲେଜକୁ ଓ ସୀମାନ୍ତ କଲେଜ ରରୁଆଁ କଲେଜକୁ ହରେଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲରେ ଖେଳା ଯାଇଥିବା ମ୍ୟାଚ୍ରେ ଏମସିଏଏମ କଲେଜ ତକତପୁର ବାରିପଦା ସୀମାନ୍ତ ମହାବିଦ୍ୟାଳୟକୁ ହରାଇ ଚମ୍ପିୟାନ ହେଇଥିବା ବେଳେ ସୀମାନ୍ତ ମହାବିଦ୍ୟାଳୟ ରନର୍ସ ଅପ୍ ହୋଇଥିଲା । ଅଧ୍ୟକ୍ଷ ପ୍ରଦ୍ୟୋତ କୁମାର ଆନୁଷ୍ଠାନିକ ଭାବେ ପ୍ରତିଯୋଗିତା ଉଦ୍ଘାଟନ କରିଥିଲେ । ଏହି ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ, ମହାବିଦ୍ୟାଳୟ ଆଥ୍ଲେଟିକ୍ କ୍ଲବ୍ ଉପ ସଭାପତି ଥୋମାସ ମାରାଣ୍ଡି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ଡଃ ଅଶୋକ କୁମାର ଶର୍ମା, ପ୍ରାଧ୍ୟାପକ ଅନିଲ କୁମାର ଝା, ଅଧ୍ୟାପକ ନିହାର ରଞ୍ଜନ ମହାନ୍ତି, ଅଧ୍ୟାପକ ପ୍ରୀତମ କୁମାର ପଣ୍ଡା, ଅଧ୍ୟାପକ ବିଶ୍ୱଜ୍ୟୋତି ସିଂହ, ଅଧ୍ୟାପକ ସଦାଶିବ ଗୋଚ୍ଛାୟତ, ଅଧ୍ୟାପକ ଜଗନ୍ନାଥ ମାଝୀ ଓ ପ୍ରଦୁ୍ୟମ୍ନ କୁମାର ବସା ପ୍ରମୁଖ ସହଯୋଗ କରିଥିଲେ । ସ୍କୋରର ଭାବେ ଅତିଥି ଅଧ୍ୟାପକ ଯୋଗେଶ୍ୱର ବେହେରା ସହଯୋଗ କରିଥିବାବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ, ପ୍ରାଧ୍ୟାପକ ଅନିଲ କୁମାର ଝା ଓ ନିହାର ରଞ୍ଜନ ମହାନ୍ତି । ରାଜ୍ୟସ୍ତରୀୟ ଅମ୍ପେୟାର ଗୁରୁଚରଣ ମହାନ୍ତି ଓ ଶୁଭେନ୍ଦୁ କୁମାର ଦାସ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ ।