୨୨ରେ ୧୦୩ ଅମୃତ ଷ୍ଟେସନର ଉଦ୍ଘାଟନ

 ନୂଆଦିଲ୍ଲୀ : ଆସନ୍ତା ୨୨ରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ ୧୧ଟାରେ ସେ ପ୍ରଥମେ ବିକାନେର ଗସ୍ତ କରି ଦେଶନୋକରେ କରଣୀ ମାତା ମନ୍ଦିର ପରିଦର୍ଶନ କରିବେ ଏବଂ ସେଠାରୁ ବାହାରି ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃବିକଶିତ ହୋଇଥିବା ଦେଶନୋକ ଷ୍ଟେସନର ଉଦଘାଟନ କରିବେ । ଏହାସହ ବିକାନେର-ମୁମ୍ବାଇ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ପରେ, ପ୍ରଧାନମନ୍ତ୍ରୀ ୨୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରି ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିବାର କାର୍ଯ୍ୟକ୍ରମ ରହିଛି ।
ଦେଶରେ ରେଳ ଭିତ୍ତିଭୂମିର ନିରନ୍ତର ଉନ୍ନତି ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୬ଟି ଜିଲ୍ଲାରେ ୧୧୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ୧୦୩ଟି ପୁନଃବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ କରିବେ । ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ, ଆଞ୍ଚଳିକ ସ୍ଥାପତ୍ୟକୁ ପ୍ରତିଫଳିତ କରିବା ଏବଂ ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ଡିଜାଇନ୍ କରାଯାଇଥିବା ଆଧୁନିକ ସୁବିଧା ସହିତ ୧,୩୦୦ରୁ ଅଧିକ ଷ୍ଟେସନକୁ ପୁନଃବିକଶିତ କରାଯାଉଛି । ଭାରତୀୟ ରେଳବାଇ ଏହାର ନେଟୱାର୍କର ୧୦୦% ବିଦୁ୍ୟତିକରଣ ଦିଗରେ ଅଗ୍ରସର ହେଉଛି । ସମାନ କ୍ରମରେ, ପ୍ରଧାନମନ୍ତ୍ରୀ ଚୁରୁ-ସଦରପୁର ରେଳ ଲାଇନ (୫୮ କିଲୋମିଟର) ଏବଂ ସୁରତଗଡ଼-ଫାଲୋଡି (୩୩୬ କିଲୋମିଟର)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ; ଫୁଲେରା-ଡେଗାନା (୧୦୯ କିମି); ଉଦୟପୁର-ହିମ୍ମତନଗର (୨୧୦ କିମି); ଫାଲୋଡି-ଜୈସଲମେର (୧୫୭ କିଲୋମିଟର) ଏବଂ ସମଦାରୀ-ବାଡ଼ମେର (୧୨୯ କିଲୋମିଟର) ରେଳ ଲାଇନର ବିଦୁ୍ୟତୀକରଣକୁ ରାଷ୍ଟ୍ର ଉଦେ୍ଦଶ୍ୟରେ ଉସôର୍ଗ କରିବେ । ସେହିପରି ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ୩ଟି ଯାନବାହନ ଅଣ୍ଡରପାସ୍ ନିର୍ମାଣ, ଜାତୀୟ ରାଜପଥର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସମେତ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।