ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

+2 result CHSE

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ଯୁକ୍ତ ୨ ପରୀକ୍ଷା  ଫଳ ବୁଧବାର ଅପରାହ୍ନରେ ପ୍ରକାଶ ପାଇଛି  । ଏକକାଳୀନ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ-୨୦୨୫ ପ୍ରକାଶ ପାଇଛି  । ପରୀକ୍ଷା ଫଳ ପ୍ରକାଶର ଘଣ୍ଟାକ ପରେ ପରୀକ୍ଷାର୍ଥୀମାନେ ସେମାନଙ୍କର ରେଜଲ୍ଟ ଡିଜି ଲକର ସମେତ www.chseodisha.nic.in I http://orissaresults.nic.in ୱେବ୍‌ସାଇଟ୍‌ରେ ଦେଖିପାରିବେ  ।  ଚଳିତ ବର୍ଷ ରାଜ୍ୟରେ ୧୨୭୬  କେନ୍ଦ୍ରରେ ୩ ଲକ୍ଷ ୮୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ  । ଫେବ୍ରୁଆରି ୧୮ରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇ ୨୭ ତାରିଖରେ ପରୀକ୍ଷା ସରିଥିଲା  । ଏପ୍ରିଲ ୨ ତାରିଖରେ ଯୁକ୍ତ ଦୁଇ ଖାତା ଦେଖା ଆରମ୍ଭ ହୋଇଥିଲା  । ଖାତା ଦେଖାରେ ମୋଟ ୧୬ ହଜାର ଅଧ୍ୟାପକ ସାମିଲ ହୋଇଥିଲେ  ।

ଅପରପକ୍ଷରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ବିଳମ୍ବିତ ହୋଇଥିବାରୁ ସ୍ନାତକ ପାଠ୍ୟକ୍ରମ ନାମଲେଖା ଅବଧି ବୃଦ୍ଧି କରାଯାଇଛି  । ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ପାଠ୍ୟକ୍ରମ ପାଇଁ ନାମଲେଖା ଅବଧି ବୃଦ୍ଧି କରାଯାଇଛି  । ଆସନ୍ତା ଜୁନ ପହିଲା ଯାଏଁ ଏହା ଜାରିରହିବ  । ଛାତ୍ର ଏକାଡେମିକ୍‌ ପରିଚାଳନା ପ୍ରଣାଳୀ ବା ସାମ୍ସ ଅଧୀନରେ ଆସୁଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, + ୩ ଡିଗ୍ରୀ କଲେଜ, ସ୍ୱୟଂଶାସିତ ମହାବିଦ୍ୟାଳୟ, ସେଲଫ୍‌ ଫାଇନାନସିଂ କୋର୍ସ ଓ ସଂସ୍କୃତ (ଶାସ୍ତ୍ରୀ) ପାଠ୍ୟକ୍ରମରେ ନାମଲେଖା କ୍ଷେତ୍ରରେ ଏହା ଲାଗୁ ହେବ  ।

ରିପୋର୍ଟ : ହେନାମଞ୍ଜରୀ ସ୍ୱାଇଁ