୨୪ ପ୍ରହର ଅଖଣ୍ଡ ନାମଯଜ୍ଞ
ବୁଗୁଡା: ବୁଗୁଡ଼ା ବ୍ଲକର ଆଦିପୁର ଗ୍ରାମରେ ଚନ୍ଦିନୀ ମଣ୍ଡପ ପ୍ରତିଷ୍ଠା ଉପଲକ୍ଷେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଏଥି ନିମନ୍ତେ ଗତ ମଙ୍ଗଳବାର ଦିନ ଅଧିବାସ ତଥା କଳସ ଯାତ୍ରା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା । ବୁଧବାର ପ୍ରାତଃକାଳରୁ ନାମାଚାର୍ଯ୍ୟ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏଥିରେ ବି.ବ୍ରହ୍ମପୁର , ଭାମଶ୍ୟାଳି, ମତାଝରି, ଆଦିପୁର ଜେମାଦେଇପୁର ଶାସନ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳ ଅଂଶ ଗ୍ରହଣ କରିଥିବା ଜଣାଯାଇଛି । ଉକ୍ତ ତ୍ରିଦିବସୀୟ ନାମଯଜ୍ଞ ଅବସରରେ ଘୃତଯଜ୍ଞ ଓ ଅନ୍ନଯଜ୍ଞ ମଧ୍ୟ ଅନୁଷ୍ଠିତ ହେଉଅଛି । ଏଥିରେ ପୁରୋହିତ ଭାବେ ହିମାଂଶୁ ଶେଖର ଦାଶ ଓ ସୁବାସ ଚନ୍ଦ୍ର ଦାଶ ଏବଂ କର୍ତ୍ତା ଭାବେ କେଶବ ନନ୍ଦ ସସ୍ତ୍ରୀକ ନିୟୋଜିତ ରହିଛନ୍ତି ।