ଲକ୍ଷପତି ଦିଦି କର୍ମଶାଳା
କୋରାପୁଟ : କୋରାପୁଟ ଜିଲ୍ଲା ସ୍ଥିତ ସଦର ମହକୁମା ଠାରେ ରହିଥିବା ପୋଲିସ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା କାର୍ଯ୍ୟକ୍ରମ ୧୪ ଗୋଟି ବ୍ଲକର ଲକ୍ଷପତି ଦିଦି, ଜିଲ୍ଲାର କାର୍ଯ୍ୟରତ ପ୍ରାଣୀ ମିତ୍ର, କୃଷି ମିତ୍ର,ବ୍ୟାଙ୍କ ମିତ୍ର,ଏଲ ଏଚ୍ ପି,ଏମବିକେ, ସିଆରପି ବିଏଲ୍ ସି,ବିପିଏମ୍, ଇସି ଏବଂ ଏହିପରି ଭାବେ ୫ ହଜାରରୁ ଉର୍ଦ୍ଧ୍ୱ ମହିଳା ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଡିପିଏମ୍ ପ୍ରିୟମ୍ବଦା ବିଶୋଇଙ୍କ ଗୁରୁତ୍ୱପୂର୍ଣ୍ଣ ସଭାପତିତ୍ୱରେ ଆୟୋଜିତ କରିଥିବା ବେଳେ ଏଥିରେ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହା ବ୍ୟତୀତ ଅତିଥି ଭାବେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର,କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼,ଦଶମନ୍ତପୁର ବିଡ଼ିଓ ମିଲନ କୁମାର ଝାଙ୍କର ଓ ଅନ୍ୟ ବିଡ଼ିଓ ମାନେ ମଧ୍ୟ ଉପସ୍ଥିତ ଥିଲେ । ଏସଏଚ୍ଜି ମହିଳା ଗୋଷ୍ଠୀଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀର ବିକ୍ରିବଟା ପାଇଁ ‘କୋଲାବ" ନାମରେ ଏକ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି,ତାହା ସହ ଆର୍ ଏଫ୍ ୧୫ ହଜାରକୁ ୩୦ ହଜାର, ଜିପିଏଲ୍ଏଫ୍ ସିଆଇଏଫ୍ ଫାଣ୍ଟି ପ୍ରଥମ, ଦ୍ୱିତୀୟ, ତୃତୀୟ ର ୩୦ ଲକ୍ଷକୁ ୬୦ ଲକ୍ଷ ଏବଂ ଏସ୍ ଏଚ୍ ଜି ମାନଙ୍କୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଲୋନ ଦେବାକୁ ଏବଂ କମୁ୍ୟନିଟି ସପୋର୍ଟ ଷ୍ଟାଫ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଅବଗତ କହିଛନ୍ତି । ଏହା ସହ ଆପରେ ଉତ୍ପାଦିତ ସାମଗ୍ରୀକୁ ଲିଙ୍କଜ କରିପାରିବେ । ତାହା ସହ ଆଜି ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲକ୍ଷପତି ଦିଦି ଚିହ୍ନଟ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରତି ଗାଁରୁ ୫ ଜଣ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ପ୍ରଦାନ କରିଛନ୍ତି । ଏହାକୁ ପୂରଣ କରାଯିବ ବୋଲି ସେ ଆଶା ରଖିଛନ୍ତି ।