୨୭ରେ ଓଡ଼ିଶା ଆସିପାରନ୍ତି ମୋଦୀ

ଆସନ୍ତା ୨୭ରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ଯୁବ ସମାବେଶରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଭୁବନେଶ୍ବର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଓହ୍ଲାଇବା ପରେ ସେଠାରୁ ସିଧାସଳଖ ବ୍ରହ୍ମପୁର ଯିବେ। ହେଲେ ଗସ୍ତକୁ ନେଇ ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନଠାରୁ ଓଡ଼ିଶାରେ ବିଜେପି ପକ୍ଷରୁ ସେବା ପକ୍ଷ ପାଳନ କରାଯିବ।