୩ ବର୍ଷରେ ୧.୨୮ ଲକ୍ଷ କେଜି ଗଞ୍ଜେଇ ଜବତ
ରାଜ୍ୟରେ ବିଗତ ତିନି ବର୍ଷରେ ବିଭିନ୍ନ ଜିଲ୍ଲାରୁ ୧୨୭୮୫୩ କେଜିର ଗଞ୍ଜେଇ ଜବତ କରାଯାଇଛି । ସେହିପରି ଜବତ ମାମଲାରେ କେବଳ ୨୦୨୪-୨୫ରେ ୯୩୧ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗୃହରେ ଏହି ବିବୃତି ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାସହ ମନ୍ତ୍ରୀ କହିଥିଲେ ଯେ, ବ୍ରାଉନସୁଗାର, ହେରୋଇନ ଭଳି ଉକôଟ ମାଦକ ଦ୍ରବ୍ୟର ସମୂଳେ ମୂଳୋତ୍ପାଟନ ପାଇଁ ସନ୍ଧିଗ୍ଧ ସ୍ଥାନ ମାନଙ୍କରେ ଚଢାଉ କରାଯାଇ ବ୍ରାଉନସୁଗାର ଓ ହେରୋଇନ ବେପାର କରୁଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଜିଲ୍ଲା ଅବକାରୀ ସଂସ୍ଥା, ରାଜ୍ୟ ଅବକାରୀ ଗୋଇନ୍ଦା ସଂସ୍ଥା ଏବଂ ତିନୋଟି ଡିଭିଜନ ଥିବା ଗୋଇନ୍ଦା ସଂସ୍ଥା- ଯଥା : କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରଙ୍କ ଦ୍ୱାରା ବିଭିନ୍ନସ୍ଥାନରେ ଚଢଉ କରାଯାଇ ଏହାକୁ ପ୍ରତିହତ କରିବା ପାଇଁ ପ୍ରୟାସ କରାଯାଉଛି ।