୩୩୫ ଜଣ ଖେଳାଳିଙ୍କ ଯୋଗଦାନ
କଟକ : ସ୍ଥାନୀୟ ଫୁଲନଖରା ସ୍ଥିତ ଆମ୍ରପଲ୍ଲୀ ରିର୍ସଟ ଠାରେ ଶନିବାର ପ୍ରଥମ ଭାଗ୍ୟଶ୍ରୀ ସ୍ମାରକୀ ଏସ୍ଆର ନିଖିଳ ଓଡ଼ିଶା ଫିଡେ ରେଟେର୍ଡ ଚେସ୍ ପ୍ରତିଯୋଗିତାକୁ ଅଲମ୍ପିୟାନ ତଥା ଦୌଡ ରାଣୀ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍ଘାଟନ କରିଛନ୍ତି । ବିଶ୍ୱ ଚେସ୍ ସଂଘ, ସର୍ବଭାରତୀୟ ଚେସ୍ ମହାସଂଘ ଓ ରାଜ୍ୟ ଚେସ୍ ସଂଘ ସିକୃତି ପ୍ରାପ୍ତ ଉକ୍ତ ପ୍ରତିଯୋଗିତାକୁ ଚେସ୍ ପ୍ରଶିକ୍ଷଣ କେନ୍ଦ୍ର ଏସ୍.ଆର. ଚେସ୍ ସେଣ୍ଟର ତରଫରୁ ଆୟୋଜନ କରାଯାଉଛି । ୨୧ ଟି ଜିଲ୍ଲାରୁ ୧୩୩ ଜଣ ଆନଃର୍ଜାତୀୟ ରେଟେର୍ଡ ଖେଳାଳିଙ୍କ ସହ ୫୩ ଜଣ ମହିଳା, ଜଣେ ଭିନ୍ନକ୍ଷମ, ଜଣେ ଦୃଷ୍ଟିହୀନ, ଜଣେ ବଧିର ଖେଳାଳି, ୬ ଜଣ ୬୦ ବର୍ଷରୁ ଊଦ୍ଧ୍ୱର୍ ଭେଟରାନ ଖେଳାଳି ସହ ୪ ଜଣ ୫ ବର୍ଷରୁ କମ୍ ଖେଳାଳୀ ଭାଗ ନେଇଛନ୍ତି । ୪ ଦିନ ଧରି ଅନୁଷ୍ଠିତ ୮ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗୀତାରେ ପ୍ରଥମ ଦିନ ୨ ରାଉଣ୍ଡ ଖେଳ ଶେଷ ସୁଦ୍ଧା ଟପ ସିଟ୍ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର, ଓମ୍ ଆଦିତ୍ୟ ଖାଡେଙ୍ଗା, ଲଳିତ ରଞ୍ଜନ ସାହୁ, ଶ୍ରୀୟାନ ସାବତ, କାର୍ଜି ମନିନ୍ଦ୍ର, ରାଜେନ୍ଦ୍ର କୁମାର ସାହୁ, ରବିନ୍ଦ୍ର କୁମାର ଓଝା, ସ୍ୱୟଂ ଲକ୍ଷ୍ମୀଦତ୍ତ ସାବତ୍ତ, ସୁଧୀର କୁମାର ମହାନ୍ତ, ଶ୍ରଦ୍ଧା ସ୍ମରଣିକା ନନ୍ଦଙ୍କ ସହ ଓ ୭୦ ଜଣ ଖେଳାଳି ପୂର୍ଣ୍ଣ ୨ ପଏଣ୍ଟ ଲେଖାଁ ସଗ୍ରହ କରି ମିଳିତ ଭାବରେ ଅଗ୍ରଣୀ ରହିଛନ୍ତି । ୩ୟ ସ୍ଥାନରେ ସ୍ୱସ୍ତିକ ରଞ୍ଜନ ସ୍ୱାଇଁ, ମନିଷୀ ମିଶ୍ରଙ୍କ ସହ ପଏଣ୍ଡ ଭାଗ କରୁଥିବା ବେଳେ ନବମ ବୋର୍ଡରେ ପ୍ରତିକୀ କୁମାର ବେହେରା ସିବନ ନାୟକଙ୍କ ସହ ଖେଳକୁ ୧.୫ ପଏଣ୍ଡ ଲେଖାଁ ସଂଗ୍ରହ କରି ସମ୍ମାନ ଭାଗ କରିଥିଲେ । ଏସ୍.ଆର.ଚେସ୍ ସେଣ୍ଟରର ସଭାପତି ଶୁଭାଶିଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ ଉସôବରେ ସମ୍ମାନ୍ନିତ ଅତିଥି ଭାବେ ଦୂରଦର୍ଶୀର ସଂପାଦକ ତଥା ଯୁବ ସଂଗଠକ ଦୁର୍ଗା ସାମନ୍ତରାୟ, ରାଜ୍ୟ ଚେସ୍ ସଂଘର ଯୁଗ୍ମ ସଂପାଦକ ଭବେଶ ମହାନ୍ତି, କେନ୍ଦୁଝର ଜିଲ୍ଲା ଚେସ୍ ସଂଘର ସଂପାଦକ ଅମର ମହାନ୍ତି, ଭାଗ୍ୟଶ୍ରୀଙ୍କ ବାପା ପ୍ରଦୀପ ପଣ୍ଡା ଓ ବଡ଼ ବାପା ପ୍ରତାପ ପଣ୍ଡା ସଭାରେ ଉପସ୍ଥିତ ଥିଲେ । ଏହି ଅବସରରେ ବିଜୁପଟ୍ଟନାୟକ ପୁରସ୍କାର ପ୍ରାପ୍ତ ଶ୍ରେଷ୍ଠ କ୍ରିଡା ସାମ୍ବାଦିକ ବେଣୁଧର ଦାଶ (ସମାଜ), ଅଜୟ ଦାଶ (ନନ୍ଦିଘୋଷ ଟିଭି) ଓ କ୍ରୀଡା ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖେନୀୟ ଅବଦାନ ନିମନ୍ତେ ଏସ୍.ଆର.ଚେସ୍ ସମ୍ମାନରେ ଅନୁରାଧା ବିଶ୍ୱାଳ ସମ୍ବର୍ଦ୍ଧତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଏସ୍.ଆର.ଚେସ୍ ସେଣ୍ଟରର ସାଙ୍ଗଠନିକ ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।