ଆଥ୍ଲେଟ୍ ଶ୍ରାବଣୀ ନନ୍ଦ ସମ୍ବର୍ଦ୍ଧିତ
କଟକ : ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ବାରବାଟୀ ଷ୍ଟାଡ଼ିୟମ ସ୍ଥିତ ହର୍ସଗେଟଠାରେ ଆଥଲେଟ ଶ୍ରାବଣୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ ୫୦ହଜାର ଟଙ୍କା ଅର୍ଥରାଶି ପୁରସ୍କାର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ମାସ କୋରିଆଠାରେ ଅନୁଷ୍ଠିତ ୨୬ତମ ଏସିଆନ ଆଥଲେଟିକ ଚମ୍ପିଅନସିପରେ ମହିଳା ରିଲେ ପ୍ରତିଯୋଗିତାରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଶ୍ରାବଣୀ ନନ୍ଦ ଏହି ପ୍ରତିଯୋଗିତାରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିବା ବେଳେ ଦେଶକୁ ରୌପ୍ୟ ପଦକ ମିଳିଥିଲା । ଶ୍ରାବଣୀ ନନ୍ଦ ଓଡ଼ିଶାର ଏକମାତ୍ର ମହିଳା ଖେଳାଳି ଯିଏକି ୨୬ତମ ଏସିଆନ ଆଥଲେଟିକ ଚମ୍ପିଅନସିପରେ ମହିଳା ବିଭାଗରେ ଭାଗ ନେଇଥିଲେ । ସେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ । ତେଣୁ ଆଜି ଓଡ଼ିଶା ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡ଼ିଶା ଅଲମ୍ପିକ ଆସୋସିଏସନର ସଂପାଦକ ଅଭିଜିତ ପାଲ ଓ ପୂର୍ବତନ ସଂପାଦକ ଆର୍ଶିବାଦ ବେହେରା ଶ୍ରାବଣୀ ନନ୍ଦଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଚ ଅରୁଣ ଦାସ ଏବଂ ଅଲମ୍ପିକ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।