କନ୍ଦରପୁର କ୍ରିକେଟ୍  : ଫାଇନାଲ୍ରେ ଜୁଭେନାଇଲ୍

କଟକ  : କଟକ ସଦର କନ୍ଦରପୁର ରିଜୋନାଲ କ୍ଲବ୍ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରୋମାଞ୍ଚକର ଭାବରେ କଟକର ଜୁଭେନାଇଲ୍ କ୍ଲବ୍ ମାତ୍ର ୧ ରନ୍ରେ ନିମପୁର ସ୍ପର୍ଟସ କ୍ଲବ୍କୁ ହରାଇ ଫାଇନାଲ୍ରେ ପ୍ରବେଶ କରିଛି । ଟସ ହାରି ପ୍ରଥମେ ବ୍ୟାଟିଂ ଜୁଭେନାଇଲ କ୍ଲବ୍  ନିର୍ଦ୍ଧାରିତ ୨୫ ଓଭାରରେ ୯ ୱିକେଟ ବିନିମୟରେ ୧୪୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଶାଶ୍ୱତ ମହାନ୍ତି ସର୍ବାଧିକ ୫୨ରନ କରିଥିବାବେଳେ ନିମପୂର କ୍ଲବ ପକ୍ଷରୁ ମହମ୍ମଦ ସୋହେବ ୫ ଓଭର ବୋଲିଂ କରି ମାତ୍ର ୮ ରନ ବିନିମୟରେ ୪ୱିକେଟ ନେଇଥିଲେ । ୧୪୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ୨୪.୩ ଓଭରରେ ୧୩୯ ରନ କରି ଅଲ୍ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଆକାଶ ପ୍ରଧାନ ମାତ୍ର ୨୬ଟି ବଲ୍ ର ସମ୍ମୁଖୀନ ହୋଇ ୪୯ ରନ ସଂଗ୍ରହ କରିଥିଲେ । ମହମ୍ମଦ ଶୋହେବ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇ ଅତିଥି ସ୍କ୍ରିମ୍ପ କ୍ୟାପିଟାଲ ଫାଇନସର ପରିଚାଳନା ନିଦେ୍ର୍ଦଶକ ସଞ୍ଜୀବ ବୈଶାଖ ଓ ବିଶିଷ୍ଟ ସମାଜସେବୀ ସୁମନ ଜେନାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଆମ୍ପେୟାର ଚିନ୍ମୟ ଦାସ ଓ ରଞ୍ଜିତ ମହାରଣା ପରିଚାଳନା କରିଥିବାବେଳେ ସ୍କୋରର ଭାବରେ ବିରଜା ମଲ୍ଲିକ ଥିଲେ । ଏଥିରେ ଆୟୋଜକ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ  ।