୩୫୧ ୟୁନିଟ୍ ରକ୍ତ ସଂଗୃହୀତ

  ଢେଙ୍କନାଳ: ଢେଙ୍କାନାଳ ସହରର ପୁରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେତାଜୀ କ୍ଲବ୍ ତା'ର ୫୦ବର୍ଷ ପୂର୍ତ୍ତି ଅବସରରେ ଏକ ବିଶାଳ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏହି କ୍ଲବ୍ର ଦିବଂଗତ ପୁରାତନ ସଭ୍ୟମାନଙ୍କ ସ୍ମୃତି ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ଏହି ଶିବିରକୁ ତାଙ୍କରି ନାମରେ ଉତ୍ସର୍ଗ କରାଯାଇଥିଲା । ଉକ୍ତ ଶିବିରକୁ ମୁଖ୍ୟଅତିଥି ଭାବେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ମିଳିତ ଲକ୍ଷ୍ମୀ ପୂଜା କମିଟି ସଭାପତି ତଥା କୃଷକ ନେତା ରାମଚନ୍ଦ୍ର ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୫୧ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଢେଙ୍କାନାଳ ରକ୍ତଭଣ୍ଡାର ଅଧିକାରୀ ଡା. ସ୍ୱରୂପ ରଞ୍ଜନ ସାହୁ, ଲାବରୋଟୋରୀ ଟେକ୍ନିସିଆନ୍ ରାକେଶ କୁମାର ବେହେରା, ରୋହିତ କୁମାର ଦାସ, ଅଭିମନୁ୍ୟ ସାହୁ, କାର୍ତିକ ପଣ୍ଡା, ନର୍ସିଂ ଅଫିସର ବିନୋଦିନୀ ଯୋଗାଣିଆ, ସୌଭାଗ୍ୟ ରଞ୍ଜନ ମିଶ୍ର, ଅଜୟ ସ୍ୱାଇଁ, ତପନ ଜେନା, ପୁରୁଷୋତମ ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କ୍ଲବ୍ର ସଭାପତି ସଞ୍ଜୟ କୁମାର ଭଞ୍ଜ, ସଂପାଦକ ବସନ୍ତ କୁମାର ସାମଲ, ଉପସଭାପତି ପ୍ରଦୀପ କୁମାର ଜେନା, ଯୁଗ୍ମ ସଂପାଦକ ସନ୍ତୋଷ କୁମାର ପତି, ମନୋଜ କୁମାର ମହାନ୍ତି, କୋଷାଧ୍ୟକ୍ଷ ପ୍ରକାଶ କୁମାର ପତି, ବିଷ୍ଣୁ କୁମାର ବେହେରା, ଉପଦେଷ୍ଟା ମୁରଲୀଧର ଭଞ୍ଜ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଦେବଦତ ପଣ୍ଡା, ସତ୍ୟ ରଞ୍ଜନ ଶତପଥୀ, ସମରେନ୍ଦ୍ର ମହାନ୍ତି, ନିରଞ୍ଜନ ସାମଲଙ୍କ ତତ୍ତ୍ୱାବଧାନରେ ଶିବିର ଶାନ୍ତିଶୃଙ୍ଖଳା ସହିତ ପରିଚାଳିତ ହୋଇଥିଲା । ପ୍ରତୀକ କୁମାର ଜେନା, ପ୍ରକାଶ ସାମଲ, ଅଂଶୁମାନ ଧଳସାମନ୍ତ, ବିକ୍ରମ ତୁଙ୍ଗ, ପରାଗ ମହାନ୍ତ ଓ କ୍ଲବ୍ର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଏହି ଶିବିରକୁ ପରିଚାଳନା କରିବାରେ ସହାୟତା କରିଥିଲେ ।