ସପ୍ତଦିବସୀୟ ଭାଗବତ ପାରାୟଣ ମହୋସବ

  ଭଣ୍ଡାରିପୋଖରୀ  : ଏହି ବ୍ଲକ ଅନ୍ତର୍ଗତ ପାଳଦା ଉତ୍ତରବାଡ଼ ଗ୍ରାମର ଜୟଜଗନ୍ନାଥ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ସପ୍ତଦିବସୀୟ ଭାଗବତ ପାରାୟଣ ମହୋସôବ ଚନ୍ଦନ ପୂର୍ଣ୍ଣିମା ପାଳନ ଅବସରରେ ସୋମବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଯାଇଛି । ଗତ ଶୁକ୍ଳପକ୍ଷ ସୀତାନବମୀ ତିଥିର ପ୍ରତୁ୍ୟଷରୁ କଳସ ସ୍ଥାପନା  ହୋଇ ପାରାୟଣର ଶୁଭାରମ୍ଭ ହୋଇଥିଲା । ପ୍ରଧାନ ଶ୍ରୋତା ଭାବରେ ସୁଧାକର ସାହୁ ଓ ଶାନ୍ତିଲତା ସାହୁ ସଂକଳ୍ପ କରିଥିଲେ । ବୈତରଣୀ ନଦୀରୁ ପ୍ରଧାନ ସ୍ରୋତାଙ୍କ ସମେତ ଅବନୀ ବିହାରୀ ସାହୁ, ଶୁଭ୍ରାଂଶୁ ଶେଖର ସାହୁ, ଶାନ୍ତନୁ କୁମାର ପଣ୍ଡା, ଭାଗୀରଥି ପଣ୍ଡା ପ୍ରମୁଖ ଜଳଘଟ ଉତ୍ତୋଳନ କରିଥିଲେ । ଶୁଭଅଧିବାସ ଦିନ ଷୋଡଶପୋଚାର ପୂଜା, ଯଜ୍ଞକର୍ମ ସହ ପ୍ରତ୍ୟହ ପୀଠପୂଜାପରେ ଶ୍ରୀମଦ୍ ଭାଗବତ ପଠନ ହୋଇଥିଲା । ଏଥିରେ ସୃଷ୍ଟି ସର୍ଜନା, ଭଗବାନଙ୍କ ବିଭିନ୍ନ ଅବତାର ବର୍ଣ୍ଣନା, ଶୀ୍ରକୃଷ୍ଣ ଲୀଳା, ବ୍ରହ୍ମାଙ୍କ ଚରିତ, ଭକ୍ତି ଯୋଗ, ବଳିଦାନ, ଭକ୍ତି ରହସ୍ୟ, ଧ୍ରୁବଙ୍କ ବରପ୍ରାପ୍ତି, ଭାରତବର୍ଷର ବର୍ଣ୍ଣନା, ମାନବ ଧର୍ମ, ବ୍ରହ୍ମଚର୍ଯ୍ୟ, ଗୃହସ୍ଥଧର୍ମ, ସମୁଦ୍ର ମନ୍ଥନ, ପର୍ଶୁରାମ ଓ ବିଶ୍ୱାମିତ୍ର ଚରିତ, ଶ୍ଲୋକର ମହତ୍ୱ ଆଦି ଆଲୋଚନା ହୋଇଥିଲା । ପୁରୋହିତ ନାରାୟଣ ଚନ୍ଦ୍ର ପଣ୍ଡା, ଅମୁଲ୍ୟ ପଣ୍ଡା ଓ ସାଥି ପ୍ରମୁଖ ଶ୍ରୀମଦ୍ ଭାଗବତ ପଠନ କରିଥିଲେ । ଚତୁର୍ଦ୍ଦଶୀ ତିଥିରେ ହୋମ ବଳିଦାନ ସହ ପାଲା ପରିବେଶଷ ହୋଇଥିଲା । ପ୍ରତ୍ୟହ ଆନନ୍ଦ ବଜାରରେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ସରପଞ୍ଚ ବର୍ଷାରାଣୀ ଜେନା, ସମିତି ସଭ୍ୟ ବିଷ୍ଣୁଚରଣ ଦାସଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ପ୍ରଦୀପ କୁମାର ତ୍ରିପାଠୀ, ଆଭାଷ ସାହୁ, ସତ୍ୟାନନ୍ଦ ସାହୁ, ଶଶଧର ପଣ୍ଡା, ଦିପ୍ତୀ ରଞ୍ଜନ ସାହୁ, ପ୍ରଭୁପାଦ ସାହୁ, ବସନ୍ତ କୁମାର ପରିଡା, ଉପେନ୍ଦ୍ର ମାଝୀ, ବିଷ୍ଣୁ ଚରଣ ସାହୁ, କୁଳମଣି ଦାଶ, ରାଜକିଶୋର ସାହୁ, ଜ୍ୟୋତିପ୍ରକାଶ ସାହୁ, ବିଶ୍ୱନାଥ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ସରୋଜ ପଣ୍ଡା, ଜଗଦୀଶ ବାରିକ, ବିଭୂତି ପରିଡା, ଚନ୍ଦ୍ରପ୍ରକାଶ ସାହୁ, ଶ୍ରୀଧର ସାହୁ, ମାନସ ଚକ୍ରବର୍ତ୍ତି, ଭତ୍ତୃହରୀ ସେଠୀ, ଚନ୍ଦନ ପଣ୍ଡା, ଜଗନ୍ନାଥ ନାୟକ, ନିରାକାର ମାଝୀ, ପର୍ଶୁରାମ ମାଝୀ, ପ୍ରଶାନ୍ତ ସାହୁ ପ୍ରମୁଖ ଉସôବ ପରିଚାଳନା କରିଥିଲେ ।