ମିଠା ଦୋକାନରେ ଅଗ୍ନିକାଣ୍ଡ, ୩ ଗୁରୁତର

 ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବଜାରର ଗଜାନନ ସୁଇଟ୍ସ ମିଠା ଦୋକାନରେ ଅଗ୍ନିକାଣ୍ଡ ଘଟି ମାଲିକଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରୁ ପ୍ରକାଶ ଯେ, ଗଜାନନ ସୁଇଟ୍ରେ ମିଠା ତିଆରି କରୁଥିବାବେଳେ ରନ୍ଧନ ଗ୍ୟାସ ପାଇପରୁ ଗ୍ୟାସ୍ ଲିକେଜ କରି ଭାଟି ଘରେ ଅଗ୍ନିକାଣ୍ଡ ଘଟି ହୁତୁ ହୁତୁ ହୋଇ ଜଳିଥିଲା । ଯାହାଫଳରେ ମାଲିକ ଯଦୁନାଥ ସାହୁ ସହିତ ଅନ୍ୟ ଦୁଇ ଜଣ ମିସ୍ତ୍ରୀ ରାଧାକିଶୋରପୁର ପଂଚାୟତ ପୁନ୍ଦାଳ ଗାଁର ନରେଶ ସିଂହ, ରାଜେଶ ସିଂହ ଦୁର୍ଘଟଣା ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ମାଲିକ ସହିତ ୨ମିସ୍ତ୍ରୀଙ୍କର ୩୦ପ୍ରତିଶତ ଊର୍ଦ୍ଧ୍ୱ ଦେହର ଚମଡା ପୋଡିଯାଇଛି । ସ୍ଥାନୀୟ ଦୋକାନୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚô ନିଆଁକୁ ଆୟତ କରିଥିଲେ । ଅପରପକ୍ଷରେ ନୀଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଘଟଣାସ୍ଥଳରେ ପହଞ୍ଚô ଅଗ୍ନିକାଣ୍ଡର ପ୍ରକୃତ କାରଣ କ’ଣ ସେ ନେଇ ତଦନ୍ତ କରୁଥିବା ଜଣାପଡିଛି ।