୪ ନିଗମ ସହ କୃଷି ବିଭାଗର ଚୁକ୍ତି
ଭୁବନେଶ୍ୱର : ଆଜି ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ କୃଷି ବିଭାଗ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୪ଟି ନିଗମ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ନିଗମ ଗୁଡିକ ହେଲା ଓଡିଶା କୃଷି ଶିଳ୍ପ ନିଗମ (ଓଏଆଇସି), ଓଡିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ନିଗମ ଲିମିଟେଡ (ଆପିକଲ୍), ଓଡିଶା ରାଜ୍ୟ ବିହନ ନିଗମ ଲିମିଟେଡ (ଓଏସ୍ଏସ୍ସି) ଏବଂ ଓଡିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଲିମିଟେଡ (ଓଏସ୍ସିଡିସିଏଲ୍) । ବିଗତ ବର୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଏଆଇସି ଓ ଆପିକଲ୍ ଅଧ୍ୟକ୍ଷଙ୍କୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏହି ପ୍ରଗତିର କାର୍ଯ୍ୟଧାରା ଆଗକୁ ଜାରି ରହୁ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ ଗତ ଆର୍ଥିକ ବର୍ଷରେ କୃଷି ବିଭାଗ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ବିଭାଗ ଭାବେ ଅନୁମୋଦିତ ବଜେଟର ୯୪.୭% ଖର୍ଚ୍ଚ କରିପାରିଛି । ଆଜି ଓଏସ୍ଏସ୍ସି ସହ ହୋଇଥିବା ସହଭାଗିତା ଓଡିଶାର ବିହନ ଉତ୍ପାଦନ ଏବଂ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ଲକ୍ଷ୍ୟ ରଖିଛି । ଆପିକଲ୍ ୬,୫୦୦ଟି ବ୍ୟବସାୟିକ ଉଦ୍ୟମ ନିର୍ମାଣ ସହିତ ୨୫୦ କୋଟି ମୂଲ୍ୟର ସବସିଡି ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ସେହିପରି କାଜୁ ଚାଷକୁ ସୁଦୃଢ କରିବା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ନିଗମ ୫୦୦ ହେକ୍ଟର ହାଇବ୍ରିଡ କାଜୁ ପୁନଃରୋପଣ କାର୍ଯ୍ୟକ୍ରମ ଏବଂ ୧୩୩୬.୨୨ ହେକ୍ଟରରୁ ଅଧିକ ବୃକ୍ଷର ରକ୍ଷଣାବେକ୍ଷଣ କରାଯିବ । ଏମଓୟୁ ସ୍ୱାକ୍ଷରିତବେଳେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ ଅରବିନ୍ଦ ପାଢୀ, କୃଷି ନିଦେ୍ର୍ଦଶକ ଶୁଭମ ସକ୍ସେନା, ଉଦ୍ୟାନକୃଷି ନିଦେ୍ର୍ଦଶକ ନିଖିଲ ପୱନ କଲ୍ୟାଣ, ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।ଭାଗ ପର୍ସି ଓ ଠେଙ୍ଗା ମିର୍ଚÿୁକ୍ ସମେତ ଗ୍ରାମର ସମସ୍ତ ଇଷ୍ଟ ଦେବା ଦେବୀଙ୍କ ପୂଜା କରାଯାଇଥିଲା । ଗ୍ରାମର ଝାଙ୍କର ଦୁର୍ଜନ ମାଝୀ ଦେବା ଦେବୀଙ୍କ ପାଖରେ ପୂଜା କରି ଧାନ ବୁଣିଥିଲେ ଓ ଗୌନ୍ତିଆ ତାଜ ଅହମ୍ମଦ ଖାଁ ଙ୍କ ସହ ଗ୍ରାମର ଚାଷୀ ମାନଙ୍କୁ ଧାନ ବିହନ ପ୍ରଦାନ କରିଥିଲେ । ଚାଷୀ ମାନେ ଧାନକୁ ପୁଡିଆ ବାନ୍ଧି ଘରକୁ ନେଇଥିଲେ । ଘରେ ମହିଳା ମାନେ ସେମାନଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ । କିଛି ଚାଷୀ ଆଜି ସେହି ବିହନକୁ ବିଲରେ ବୁଣିଥିବା ବେଳେ ଅନ୍ୟ ଚାଷୀ ମାନେ ଶୁଭ ଲଗ୍ନ ଦେଖି ବୁଣିବେ ବୋଲି କହିଥିଲେ । ଏହା ସହିତ ଆଗାମୀ ଚାଷ କାର୍ଯ୍ୟ ପାଇଁ ବିଭିନ୍ନ କାମର ମଜୁରୀ ନିର୍ଘଣ୍ଟ କରା ଯାଇଥିଲା ।