ବିହନ ଛିନା ଯାତ୍ରା
ନୂଆପଡା: ଅକ୍ଷୟ ତୃତୀୟାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିରିଘାଟ ଗ୍ରାମରେ ପାଳିତ ହୋଇଛି ବିହନ ଛିିନା ଯାତ୍ରା । ଏନେଇ ଗତକାଲି ଦେବୀ ଭିମାଙ୍କ ପୂଜା ପରେ ମହୁଲ ଝରଣ ଉପରେ ଥିବା ଡଙ୍ଗର ବୁଢ଼ାଙ୍କ ପୂଜା କରାଗଲା । ରାତିରେ ନିଶି ପୂଜା ପରେ ଆଜି ମାଆ ଧରଣୀ,ଭାଗ ପର୍ସି ଓ ଠେଙ୍ଗା ମିର୍ଚÿୁକ୍ ସମେତ ଗ୍ରାମର ସମସ୍ତ ଇଷ୍ଟ ଦେବା ଦେବୀଙ୍କ ପୂଜା କରାଯାଇଥିଲା । ଗ୍ରାମର ଝାଙ୍କର ଦୁର୍ଜନ ମାଝୀ ଦେବା ଦେବୀଙ୍କ ପାଖରେ ପୂଜା କରି ଧାନ ବୁଣିଥିଲେ ଓ ଗୌନ୍ତିଆ ତାଜ ଅହମ୍ମଦ ଖାଁ ଙ୍କ ସହ ଗ୍ରାମର ଚାଷୀ ମାନଙ୍କୁ ଧାନ ବିହନ ପ୍ରଦାନ କରିଥିଲେ । ଚାଷୀ ମାନେ ଧାନକୁ ପୁଡିଆ ବାନ୍ଧି ଘରକୁ ନେଇଥିଲେ । ଘରେ ମହିଳା ମାନେ ସେମାନଙ୍କୁ ବନ୍ଦାପନା କରି ସ୍ୱାଗତ କରିଥିଲେ । କିଛି ଚାଷୀ ଆଜି ସେହି ବିହନକୁ ବିଲରେ ବୁଣିଥିବା ବେଳେ ଅନ୍ୟ ଚାଷୀ ମାନେ ଶୁଭ ଲଗ୍ନ ଦେଖି ବୁଣିବେ ବୋଲି କହିଥିଲେ । ଏହା ସହିତ ଆଗାମୀ ଚାଷ କାର୍ଯ୍ୟ ପାଇଁ ବିଭିନ୍ନ କାମର ମଜୁରୀ ନିର୍ଘଣ୍ଟ କରା ଯାଇଥିଲା ।