୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁ ଭାକରଙ୍କ ନାଁ : ପାଇବେ ଖେଳ ରତ୍ନ

୪ ଭାରତୀୟଙ୍କ ନାମ ତାଲିକାରେ ଯୋଡ଼ି ହେଲା ମନୁ ଭାକରଙ୍କ ନାଁ : ପାଇବେ ଖେଳ ରତ୍ନ

ଚାରି  ଭାରତୀୟ ଖେଳାଳିଙ୍କୁ  ମିଳିବ ଖେଳ ରତ୍ନ ସମ୍ମାନ । ଅଲମ୍ପିକ୍‌ରେ ଯୋଡ଼ା ପଦକଧାରୀ ମନୁ ଭାକର ଓ ଚେସ୍‌ ଚାମ୍ପିୟନ୍‌ ଡି ଗୁକେଶଙ୍କୁ ମିଳିବ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଳ ରତ୍ନ ।  କ୍ରିଡାରେ ଉଲ୍ଲେଖନୀୟ  ଅବଦାନ  ପାଇଁ ଏହି ସମ୍ମାନ ପ୍ରଦାନ କରାଯାଉଛି । ମନୁ ଭାକର ଓ ଡି ଗୁକେଶଙ୍କ ବ୍ୟତୀତ ଏହି ତାଲିକାରେ ରହିଛନ୍ତି ପୁରୁଷ ହକି  ଦଳ କ୍ୟାପ୍ଟେନ ହରମନପ୍ରୀତି ସିଂ ଓ ପାରା ଆଥଲେଟ୍‌ ପ୍ରବୀଣ  କୁମାର।ଜ‌ାନୁଆରି ୧୭ ତାରିଖରେ ମେଜର ଧ୍ୟାନ୍‌ ଚାନ୍ଦ୍‌ ଖେଳ ରତ୍ନା ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ଚାରିଜଣ ଖେଳାଳିଙ୍କ ନାମ ଗୁରୁବାର ‌କ୍ରୀଡ଼ା ମନ୍ତ୍ରାଳୟ ଘୋଷଣା କରିଛି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୪ ଭାରତୀୟ ଖେଳାଳିଙ୍କୁ ସମ୍ମାନିତ କରାଯିବ। ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ କମିଟିର ସୁପାରିସକୁ ଆଧାର କରି ଏବଂ ଯାଞ୍ଚ ପରେ ସରକାର ନିମ୍ନଲିଖିତ କ୍ରୀଡ଼ାବିତ୍, କୋଚ୍, ବିଶ୍ୱବିଦ୍ୟାଳୟ ଏବଂ ସଂସ୍ଥାକୁ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪ ଜଣ ଖେଳାଳିଙ୍କୁ ଖେଳ ରତ୍ନ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥିିର ହୋଇଥିବା ବେଳେ ୩୨ ଜଣଙ୍କୁ ଅର୍ଜୁନ ପୁରସ୍କାର ଏବଂ ତିନିଜଣ ପ୍ରଶିକ୍ଷକଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯିବ।