୪ ୱାରେଣ୍ଟି  କୋର୍ଟ ଚାଲାଣ 

 ରାଜନଗର : ରାଜନଗର ଥାନା ପୋଲିସ ଚାରିଜଣ ୱାରେଟିଂ ଆସାମୀଙ୍କୁ ଧରି କୋର୍ଟ ଚାଲାଣ କରିଛି । ରାଜନଗର ବ୍ଲକ ଗୁପ୍ତି ପଞ୍ଚାୟତ ଓକିଲପାଳ ଗ୍ରାମର କରୁଣାକର ରାଉତ(ଚେମା) ୧୯୯୮ମସିହାର ବନବିଭାଗ ମାମଲାରେ ଫେରାର ଥିଲା । 
ଏପରିକି ୨୦୧୨ମସିହାର ଏକ ଘରୋଇ ହିଂସା ମାମଲାରେ ମଧ୍ୟ ଫେରାର ଥିଲା । ପୋଲିସ ତାକୁ ଧରି କୋର୍ଟ ଚାଲାଣ କରିଛି । ସେପରି ଏହି ଗ୍ରାମର ଦୁର୍ଯେ୍ୟାଧନ ସାମଲ, ପିତା- ଧନେଶ୍ୱର, ଦୁର୍ଯେ୍ୟାଧନ ସାମଲ, ପିତା -ଯୂଧିଷ୍ଠିର ଏବଂ ରଂଜନକୁମାର ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।