ଭିତରକନିକାରେ ପ୍ରଶିକ୍ଷାର୍ଥୀ ଦଳ
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଫୁଲବାଣୀ ଜି-ଉଦୟଗିରି ଫରେଷ୍ଟ ଟ୍ରେନିଂ ସ୍କୁଲର ୫୦ଜଣ ଫରେଷ୍ଟର ପ୍ରଶିକ୍ଷାର୍ଥୀ ପରିଦର୍ଶନରେ ଆସିଛନ୍ତି । ଜାତୀୟ ଉଦ୍ୟାନ ବୁଲି ଦେଖିବା ସହ ମେଟାନର୍ସରୀକୁ ଯାଇ ଭିତରକନିକାରେ ଦେଖାଯାଉଥିବା ବିଭିନ୍ନ ପ୍ରଜାତିର ହେନ୍ତାଳର ଚାରାଗୁଡିକୁ ଦେଖି ଚିହ୍ନିଥିଲେ । ଲୁଣାଜଙ୍ଗଲର ବିଶେଷତ୍ୱ, ଜୈ÷ବବିବିଧତା ପ୍ରଭୃତି ସଂପର୍କରେ ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର, ସହକାରୀ ବନସଂରକ୍ଷକ ମାନସକୁମାର ଦାସ, ଗବେଷକ ପ୍ରସନ୍ନକୁମାର ନାୟକ ସେମାନଙ୍କୁ ଅବଗତ କରାଇଥିଲେ ।