ମଧ୍ୟାହ୍ନ ଭୋଜନ କେଳେଙ୍କାରୀ : ଅନେକ ବିଦ୍ୟାଳୟରେ ପ୍ରତିଦିନ ହେଉନି ମଧ୍ୟାହ୍ନ ଭୋଜନ
ରାଜନଗର : ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନକୁ ପ୍ରଧାନ୍ୟ ଦେଉଥିବା ବେଳେ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ହେଉନଥିବା ଅଭିଯୋଗ ହେଉଛି । ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନ ଖୋଦ୍ ପିଏମ ପୋଷଣ ପୋର୍ଟାଲରୁ ଜଣାପଡିଛି । ଏହି ପୋର୍ଟାଲ ଅନୁଯାୟୀ, ରାଜନଗର ବ୍ଲକରେ ପ୍ରତିଦିନ ୨୦ରୁ ୫୦ ପର୍ଯ୍ୟନ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହେଉନଥିବା ଦେଖିବାକୁ ମିଳିଛି । ଏହି ବ୍ଲକରେ ୨୨୭ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦିଆଯାଇଥାଏ । ଫେବୃୟାରୀ ମାସର ୧ତାରିଖ ଦିନ ୧୮୧ଟି, ୩ ତାରିଖରେ ୧୮୭ଟି, ୪ତାରିଖରେ ୧୯୨ଟି, ୫ତାରିଖରେ ୧୮୯ଟି ମଧ୍ୟାହ୍ନ ଭୋଜନ କରାଯାଇଛି । ୬ତାରିଖରେ ପ୍ରସନ୍ନପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଛାଡି ଦେଲେ ଅନ୍ୟ ୨୨୬ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହୋଇନଥିବା ଜଣାପଡିଛି । ସେହିପରି ୭ତାରିଖ ଦିନ ଆଠଟି ବିଦ୍ୟାଳୟ ଯଥା ବଡପଲୀ ପ୍ରାଥମିକ ବିଦ୍ୟାଳୟ, ବିରଭଞ୍ଜପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଚିଞ୍ଚôରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜରିମୂଳ ମଧ୍ୟ ଇଂରାଜୀ ବିଦ୍ୟାଳୟ, ରାଜନଗର ଓଡିଶା ଆଦର୍ଶ ବିଦ୍ୟାଳୟ, ପୋଖରିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ପ୍ରସନ୍ନପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧାକାନ୍ତଜୀୟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦର୍ଶାଯାଇଥିବା ବେଳେ ୮ତାରିଖ ଶନିବାର ଦିନ କୈ÷ାଣସି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହୋଇନଥିବା ଜଣାପଡିଛି । ୧୦ ତାରିଖ ଦିନ ୧୭୦ଟି, ୧୧ ତାରିଖରେ ୧୮୮ଟି ଓ ୧୨ ତାରିଖରେ ୧୮୭ଟି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ହୋଇଥିବା ଦର୍ଶାଯାଇଛି । ପ୍ରତ୍ୟେକ ଦିନ ବିଦ୍ୟାଳୟଗୁଡିକରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉନଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ ଗୁରୁତ୍ୱ ନଦେବା ଘଟଣା ମଧ୍ୟାହ୍ନ ଭୋଜନ କେଳେଙ୍କାରୀକୁ ପଦାରେ ପକାଇଛି । ଏନେଇ ମଣ୍ଡଳ ଶିକ୍ଷାଧିକାରୀ ମନୋରଞ୍ଜନ ସେଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପୋର୍ଟାଲରେ ମଧ୍ୟାହ୍ନ ଭୋଜନ ପଡୁନଥିବା ସଂପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକଙ୍କୁ ପଚାରିବାରୁ ମୁଁ ତଦନ୍ତ କରି ଯାହାକିଛି ପଦକ୍ଷେପ ଗ୍ରହଣ କରିବି ବୋଲି କହିଛନ୍ତି ।