ଭଲିବଲ ଟୁର୍ଣ୍ଣାମେଣ୍ଟ, ବାଲେଶ୍ୱର ଚାମ୍ପିଅନ୍
ରାଜକନିକା: ବଙ୍ଗତ ଶିକ୍ଷକ ଚନ୍ଦ୍ରମଣି ବାରିକଙ୍କ ସ୍ମୃତିରେ ରାଜକନିକା ଅଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚନ୍ଦ୍ରମଣି ଚାରିଟେବୁଲ ଟ୍ରଷ୍ଟ ପ୍ରଯୋଜନାରେ ଏସଏନ କାଲେଜ ପଡିଆରେ ଚାଲିଥିବା ଚନ୍ଦ୍ରମଣି ମେମୋରିଆଲ ଏକ ଦିବସୀୟ ରାଜ୍ୟସ୍ତରୀୟ ଦିବାରାତ୍ରି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍ୟାପିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ଭଲିବଲ ଟିମ, କେନ୍ଦ୍ରାପଡ଼ା ଜିଲ୍ଲା ଭଲିବଲ ଟିମ, ପାରଦୀପ ସ୍ପୋର୍ଟ କାଉନସିଲ, ଓ ଭୂମିକା ଭଲିବଲ ଟିମ୍ ଯାଜପୁର ଆଦି ୪ଟି ଦଳକୁ ନେଇ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ବାଲେଶ୍ୱର ଟିମ୍ ଓ କେନ୍ଦ୍ରାପଡ଼ା ଟିମ୍ ମଧ୍ୟରେ ହୋଇଥିଲା । ଏଥିରେ ବାଲେଶ୍ୱର ୫ ସେଟ୍ରୁ ୩-୦ସେଟରେ ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲା । ଟ୍ରଷ୍ଟର ପୃଷ୍ଠପୋଷକ ଇଂ. ଶିବନାରାୟଣ ବାରିକଙ୍କ ସଂଯୋଜନା, ଆଥେଲେଟିକ ଆସୋସିଏସର ସଭାପତି ଦୋଳ ଗୋବିନ୍ଦ ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ନାୟକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କନିକା ତହସିଲଦାର ଅଶୋକ କୁମାର ଦେହୁରୀ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଭଲିବଲ ଖେଳାଳୀ ସଞ୍ଜୟ ଦାସ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ସଂସଦ ର ସମ୍ପାଦକ ସୟେଦ ଅକମଲ ଅଲ୍ଲୀ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ଆସୋସିଏସନର ଉପସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡା ଓ ସଞ୍ଜୟ ଚନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ଇଂ. ପ୍ରଶାନ୍ତ ବିଶ୍ୱାଳ ଓ ଡ଼. ଫକୀର ଚନ୍ଦ୍ର ପ୍ରଧାନ, ଡ଼. ମିଥିଳା ଦାସ, ମିଡ଼ିଆ ସେଲ ସମ୍ପାଦକ ଅଜୟ କୁମାର ରାଉତ,ଗୋଲକ ବିହାରୀ ମଲ୍ଲିକ, ଅକ୍ଷୟ ନାଥ, ଅମିତାଭ କରଣ ଓ ବେଣୁଧର ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ୩ ବିଭାଗର ଶ୍ରେଷ୍ଠ ଖେଳାଳୀଙ୍କୁ ଦିବଂଗତ ଉପଦେଷ୍ଟା ପ୍ରଦ୍ୟୋତ କୁମାର ଦେଓ (ଛୁଆ ବାବୁ)ଙ୍କ ସ୍ମୃତିରେ ଅର୍ଥ ପୁରସ୍କାର ଦିଆଯାଇଥିଲା । ଏହାଛଡା ରେଫ୍ରି ସୁବଳ ପଟ୍ଟନାୟକ, ରମାକାନ୍ତ ପଟ୍ଟନାୟକ ଓ ବିଶିଷ୍ଟ ଭଲି ଖେଳାଳୀ ସଞ୍ଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବଳ ପଟ୍ଟନାୟକ, ରମାକାନ୍ତ ପଟ୍ଟନାୟକ, ଗୋଲକ ବିହାରୀ ମଲ୍ଲିକ ଖେଳ ପରିଚାଳନା କରିଥିବାବେଳେ ପ୍ରହଲ୍ଲାଦ ଜେନା, ଅରୁଣ ବାରିକ, ବାସୁଦେବ ବେହେରା, ପର୍ଶୁରାମ ସାହୁ, ଶରତ ଜେନା, ବିଜୟ ଭୂୟାଁ, ଶରତ ମଲ୍ଲିକ, ରବି ଗୁଡୁ, ରଙ୍ଗାଧର ବେହୁରା, ଓ ବିଶ୍ୱରଂଜନ ପଢିଆରୀ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।