୫ ବର୍ଷରେ ୫୮ ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ
ଆସିକା : ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ବିପର୍ଯ୍ୟୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଭାରତ ଏବଂ ଓଡିଶା ସରକାରଙ୍କ ନିର୍ଦ୍ଧାରିତ ଦୁର୍ଘଟଣାରେ ବିଗତ ପାଞ୍ଚ ବର୍ଷରେ ମୃତ୍ୟବରଣ କରିଥିବା ୫୮ଜଣଙ୍କୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଥିବା କୁହାଯାଇଛି । ଓଡିଶାର ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତଙ୍କ ଅନୁମୋଦନକ୍ରମେ ଓଡିଶା ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଏହି ୫୮ ଜଣ ପରିବାରକୁ ଆର୍ଥôକ ସହାୟତା ତହସିଲଦାର ମାଧ୍ୟମରେ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଆସିକା ତହସିଲ ଅଧୀନରେ ଗତ ୨୦୨୦ ମସିହାରେ ୧୦ଜଣ ପାଣିରେ ବୁଡି ମୃତୁ୍ୟ, ୨ଜଣ ସର୍ପ ଦଂଶନରେ ମୃତୁ୍ୟ, ୨ଜଣ ଗ୍ରୀଷ୍ମ ପ୍ରବାହ ଜନିତ ମୃତୁ୍ୟ, ୨ଜଣ ବ୍ରଜପାତ ଜନିତ ମୃତୁ୍ୟକୁ ମିଶି ମୋଟ ୧୬ଜଣ ଆବେଦନ କରିଛନ୍ତି । ସେହିପରି ୨୦୨୧ ମସିହାରେ ୪ଜଣ ପାଣିରେ ବୁଡି ମୃତୁ୍ୟ, ୪ଜଣ ସର୍ପ ଦଂଶନରେ ମୃତୁ୍ୟ, ୩ଜଣ ବ୍ରଜପାତ ଜନିତ ମୃତୁ୍ୟକୁ ମିଶି ମୋଟ ୧୧ଜଣ ଆବେଦନ କରିଛନ୍ତି । ୨୦୨୨ ମସିହାରେ ୪ଜଣ ପାଣିରେ ବୁଡି ମୃତୁ୍ୟ, ୧ଜଣ ସର୍ପ ଦଂଶନରେ ମୃତୁ୍ୟ,୧ ଜଣ ଅଗ୍ନିକାଣ୍ଡ ଜନିତ ମୃତୁ୍ୟକୁ ମିଶି ମୋଟ ୬ ଜଣ ଆବେଦନ କରିଛନ୍ତି । ସେହିପରି ୨୦୨୩ ମସିହାରେ ୩ଜଣ ପାଣିରେ ବୁଡି ମୃତୁ୍ୟ, ୮ଜଣ ସର୍ପ ଦଂଶନରେ ମୃତୁ୍ୟ, ୨ ଜଣ ଗ୍ରୀଷ୍ମ ପ୍ରବାହ ଜନିତ ମୃତୁ୍ୟ, ୧ଜଣ ବ୍ରଜପାତ ଜନିତ ମୃତୁ୍ୟ, ୧ଜଣ ଅଗ୍ନିକାଣ୍ଡ ଜନିତ ମୃତୁ୍ୟକୁ ମିଶି ମୋଟ ୧୫ଜଣ ଆବେଦନ କରିଛନ୍ତି । ସେହିପରି ୨୦୨୪ ମସିହାରେ ୭ଜଣ ପାଣିରେ ବୁଡି ମୃତୁ୍ୟ, ୭ଜଣ ସର୍ପ ଦଂଶନ ରେ ମୃତୁ୍ୟ, ୨ଜଣ ଗ୍ରୀଷ୍ମ ପ୍ରବାହ ଜନିତ ମୃତୁ୍ୟ, ୨ଜଣ ବ୍ରଜପାତ ଜନିତ ମୃତୁ୍ୟକୁ ମିଶି ମୋଟ ୧୮ଜଣ ଆବେଦନ କରିଛନ୍ତି । ସେହିପରି ୨୦୨୫ମସିହାରେ ଆଜି ସୁଦ୍ଧା ୫ଜଣ ପାଣିରେ ବୁଡି ମୃତୁ୍ୟ, ୪ଜଣ ସର୍ପ ଦଂଶନ ଜନିତ ମୃତୁ୍ୟକୁ ମିଶି ମୋଟ ୯ ଜଣକୁ ମିଶି ବିଗତ ପାଞ୍ଚ ବର୍ଷ ମଧ୍ୟରେ ୭୫ଜଣ ଆର୍ଥôକ ଅନୁଦାନ ମିଳିବା ନିମନ୍ତେ ଆବେଦନ କରିଥିବା ଜଣାପଡିଛି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରା ୩ ଜଣଙ୍କ ଆବେଦନ ପତ୍ର ଗୃହୀତ ହୋଇ ନ ଥିବାବେଳେ ୨ଜଣଙ୍କ ଆବେଦନ ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତଙ୍କ ଅନୁମୋଦନ ଓ ଜଣଙ୍କ ଉପଜିଲ୍ଲାପାଳଙ୍କ ଅନୁମୋଦନ ଅପେକ୍ଷାରେ ରହଥିବା ଶୁଣିବାକୁ ମିଳୁଛି । ଆଉ ୧୧ଜଣଙ୍କ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ରିପୋର୍ଟକୁ ଅପେକ୍ଷା ରହିଛି । ଅନ୍ୟ ୫୨ଜଣ ଆବେଦନକାରୀଙ୍କୁ ତହସିଲ ପକ୍ଷରୁ ଆର୍ଥôକ ସହାୟତା ପ୍ରଦାନ କରାଯାଇଛି । ପ୍ରକାଶପ୍ରାଉକି, ଗ୍ରୀଷ୍ମପ୍ରବାହରେ ମୃତୁ୍ୟବରଣ କଲେ ୫୦ ହଜାର, ବଜ୍ରାଘାତରେ ମୃତୁ୍ୟ ନିମନ୍ତେ ୨ ଲକ୍ଷ, ସର୍ପଦଂଶନ ଓ ପାଣିରେ ବୁଡି ମୃତୁ୍ୟ ନିମନ୍ତେ ୪ ଲକ୍ଷ ଏବଂ ଅଗ୍ନିକାଣ୍ଡ ଜନିତ ଘଟଣାରେ କ୍ଷୟକ୍ଷତିକୁ ଅକଳନ କରି ଆର୍ଥôକ ଅନୁଦାନ ସ୍ଥିର କରି ଆର୍ଥôକ ଅନୁକମ୍ପା ପ୍ରଦାନ କରିବା ବିଧି ବ୍ୟବସ୍ଥା ରହିଛି ।