ବିଶ୍ୱ ପରିବେଶ ଦିବସ
ରାୟଗଡା : ରାୟଗଡା ବନଖଣ୍ଡର ଆମ ଜଙ୍ଗଲ ଯୋଜନା ତାଲିମ ହଲରେ୫୨ତମ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସତ୍ୟ ନାରାୟଣ ଷଡଙ୍ଗୀ, ଜିଲ୍ଲା ଦୌରାଜଜ ସୁବ୍ରତ ଆଚାର୍ଜ୍ୟ, ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ, ଉପ ବନ ସଂରକ୍ଷକ ଅଶୋକ ପ୍ରଧାନ, ଉପ ବନ ସଂରକ୍ଷକ ସଂଦୀପ ପୃଷ୍ଟି, ଉପବନ ସଂରକ୍ଷକ ସତିଶ ଧାରୁଆ, ବନ ତ୍ୱତ୍ତାବଧାରକ ଗୌରାଙ୍ଗ ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ । ରାୟଗଡା ବନାଞ୍ଚଳର କାନ୍ଦୀଲି , କୋନୋଲି , ଗୁମ୍ମା , ଫୁଲକୋଣ । ରାଫୁକୋଣା , ଗୁମୁଡା, ଶିରିନ୍ଦ ।ବାଡି, ବଡଆଳୁବାଡି, ଲାଲବୀ, ଇରୁକୁଟି, ଚାଞ୍ଚଡା ଦୁରୁଗୁମ, ସିରିକା ଦୁରୁଗୁମ ବନ ସଂରକ୍ଷଣ ସମିତି ସଭାପତି, ସମ୍ପାଦକ ଏବଂ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ । ଉପବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ ମାନବ ସମାଜ ଓ ପରିବେଶ କିପରି ସନ୍ତୁଳନ ରହିବ ତାହା ସହ ଜଙ୍ଗଲ ଅବିବୃଦ୍ଧି ସକାଶେ ମାନବ ସମାଜ ଦାଇତ୍ୱ ବିଷୟରେ ଅବଗତ କରିଥିଲେ । ସଂଦୀପ ପୁଷ୍ଟି ନିଜ ଅଭିଭାଷଣ ରେ ବର୍ତ୍ତମାନ ବଢୁଥିବା ପ୍ଲାଷ୍ଟିକର ବ୍ୟବହାର କିପରି ନିୟନ୍ତ୍ରଣ କରି ଆମେ ଆମ ପରିବେଶ କୁ ସୁରକ୍ଷା ଦେବା ଓ ଦାୟିତ୍ୱ ବିଷୟରେ ଅବଗତ କରିଥିଲେ । ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହୋଲ, ବନ ତ୍ୱତ୍ତାବଧାରକ ଗୌରାଙ୍ଗ ରାଉତ ତାପମାତ୍ରା କିପରି ନିୟନ୍ତ୍ରଣ କରିବାକୁ ହେଲେ ଏକ ମାତ୍ର ଉପାୟ ବହୁଳ ଭାବରେ ବୃକ୍ଷ ରୋପଣ କରିବାକୁ କହିଥିଲେ । ମା’ ଙ୍କ ନାମରେ ଗଛଟିଏ କାର୍ଯ୍ୟକ୍ରମ ହୋଇଥିଲା । ସତ୍ୟନାରାୟଣ ଷଡଙ୍ଗୀ, ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ, ସମ୍ପାଦକ ସୁବ୍ରତ ଆଚାର୍ଯ୍ୟ, ବନତ୍ୱତ୍ତାବଧାରକ ଗୌରାଙ୍ଗ ରାଉତ ଚାରାରୋପଣ କରିଥିଲେ ।