କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନ: ଯୋଗଦେଲେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏନ୍.ଲିଜୁ
ପାରାଦୀପ : ସାରା ଦେଶ ତଥା ରାଜ୍ୟରେ ଜାତୀୟ କଂଗ୍ରେସ ତାର ସଂଗଠନ ସୁଦୃଢ କରିବାରେ ଲାଗିଥିବା ବେଳେ ସମ୍ପ୍ରତି ଆରମ୍ଭ କରିଛି ‘ସଂଗଠନ ସୃଜନ ଅଭିଯାନ’ । ପାରାଦୀପ ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ ମୁନିସିପାଲିଟି କଲ୍ୟାଣ ମଣ୍ଡପ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ କେରଳର ପୂର୍ବତନ ମନ୍ତ୍ରୀ ତଥା ସଂଗଠନ ସୃଜନ ଅଭିଯାନର ଏଆଇସିସି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଡ୍ଭୋକେଟ୍ ଏନ. ଲିଜୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ କଂଗ୍ରେସ ନେତା ତଥା କର୍ମୀମାନଙ୍କୁ କଂଗ୍ରେସର ସଂଗଠନକୁ ତୃଣମୂଳ ସ୍ତରରୁ ମଜଭୁତ କରିବା ନେଇ ଆଲୋଚନା କରିଥିଲେ । ଏଥିରେ ରାଜ୍ୟ ପିସିସି, ଓବିସି ସେଲର ଆବାହକ ରାଜକିଶୋର ବାରିକ, କଂଗ୍ରେସ ଜଗତସିଂହପୁର ଜିଲ୍ଲା ସଂଯୋଜକ ନଟବର ବାରିକ, ପାରାଦୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ ଏବଂ ପାରାଦୀପ ନଗର କଂଗ୍ରେସ ସଭାପତି କେଦାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଦେଶରେ କଂଗ୍ରେସର ସୁଦୃଢତା ଉପରେ ଆଲୋଚନା କରିଥିଲେ ।