ଆଇନାରେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ

ଭୁବନେଶ୍ୱର : ଦେଶରେ କଂଗ୍ରେସ ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ଚେଷ୍ଟା କରୁଛି । କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରୁଥିବାବେଳେ ଏହାର ଭୋଟ ହାର ଦିନକୁ ଦିନ କମିଚାଲିଛି । ଏଭଳିସ୍ଥିତିରେ ଦଳ ନିଜର ସ୍ଥିତି ବଂଚାଇବା ପାଇଁ ଓ ଗଣମାଧ୍ୟମରେ ରହିବା ପାଇଁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରୁଛି । କଂଗ୍ରେସ ବୋଧହୁଏ ଭୁଲିଯାଇଛି ଯେ, ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଘଟଣା ତାଙ୍କ ଦଳର ନେତୃତ୍ୱଙ୍କ ଦ୍ୱାରା ପ୍ରାୟୋଜିତ ଥିଲା । ଖାଲି ସେତିକି ନୁହେଁ, ନେନା ସାହାଣୀ ଘଟଣାରେ ଦିଲ୍ଲୀର କଂଗ୍ରେସ ନେତୃତ୍ୱଙ୍କ ସମ୍ପୃକ୍ତି ଥିଲା ।  ଏଥିଯୋଗୁ ଆଇନାରେ କଂଗ୍ରେସ ପ୍ରଥମେ ନିଜ ମୁଁହ ନିଜେ ଦେଖିୁ ବୋଲି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି । ତ୍ରିପାଠୀ କହିଛନ୍ତି ଯେ, ଗୋପାଳପୁର ଗଣବଳାକôାର ମାମଲା ଅତ୍ୟନ୍ତ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘଟଣାର ତଦନ୍ତ ପାଇଁ ତୁରନ୍ତ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ । ସମସ୍ତ ଅଭିଯୁକ୍ତଙ୍କୁ ମାତ୍ର ୨୪ ଘଂଟା ମଧ୍ୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଯେପରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୁଲିସ ପ୍ରଶାସନ ଓ କ୍ରାଇମବ୍ରାଞ୍ଚକୁ ନିଦେ୍ର୍ଦଶ ଦେଇଛନ୍ତି । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ଅପରପକ୍ଷେ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସ ଆଜି ଅଞ୍ଜନା ମିଶ୍ର ଘଟଣାରେ ଦଳର ସମ୍ପୃକ୍ତିକୁ ସ୍ୱୀକାର କରିଛି ।