୬୪ତମ ସିଜିପିବି ବୈଠକ: ଖଣିଜ ବିକାଶ ଉପରେ ଭିଏଲ୍ କାନ୍ତଙ୍କ ଗୁରୁତ୍ୱ

 ଭୁବନେଶ୍ୱର : କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ୍ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଏସ୍ଆଇର ମହାନିଦେ୍ର୍ଦଶକ ଅସିତ ସାହା ଓ ଖଣିମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅନୁସନ୍ଧାନ, ଗବେଷଣା ଏବଂ ଖଣି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରି ଭୂ-ବିଜ୍ଞାନର ଅଗ୍ରଗତି, ଖଣିଜ ଅନୁସନ୍ଧାନ ରଣନୀତି ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ହୋଇଥିଲା । ଖଣିଜ ସମ୍ପଦ ବୃଦ୍ଧି, ସ୍ୱଚ୍ଛଶକ୍ତି ପଦକ୍ଷେପ, ଭୂ-ବିପର୍ଯ୍ୟୟ ପରିଚାଳନା ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଦେଇ ଉଦୀୟମାନ ପ୍ରାଥମିକତା ପ୍ରତିସହଯୋଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଖଣିଜ ସନ୍ଧାନ ପଦ୍ଧତି ହ୍ୟାକାଥନ୍ ବିଜେତାଙ୍କ ନାମ ଘୋଷଣା, ଯେଉଁଥିରେ ଏଆଇ/ଏମ୍ଏଲ୍ ଦ୍ୱାରା ପରିଚାଳିତ ପ୍ରୋସ୍ପେକ୍ଟିଭିଟି ଆନାଲିସିସ୍ ବ୍ୟବହାର କରି ଷ୍ଟାର୍ଟ-ଅପ୍ ଏବଂ ୟୁନିକର୍ନ ପ୍ରଦର୍ଶନ କରାଯାଇଥିଲା । ୬୪ତମ ସିଜିପିବି ବୈଠକରେ ନିଜ ଅଭିଭାଷଣରେ ଖଣିମନ୍ତ୍ରଣାଳୟର ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ୍ କାନ୍ତ ରାଓ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭୂବିଜ୍ଞାନକୁ ଆଗେଇ ନେବାରେ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱା ରୋପ କରିଥିଲେ । ସେ ଖଣି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଯାହାକି ନିକଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବଜେଟ ଘୋଷଣା କ୍ରିଟିକାଲ ମିନେରାଲ ମିଶନ ଏବଂ ଅଫସୋର ମାଇନିଂ ଉପରେ ସହିତ ସମନ୍ୱିତ ହୋଇଥିଲା । ଶ୍ରୀରାଓ ୨୦୨୪-୨୫ ବର୍ଷରେ ଏପର୍ଯ୍ୟନ୍ତ ୨୪ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ସଫଳ ନିଲାମ ଏବଂ ୧୩ଟି ବିଦେଶୀ ଖଣିଜ ବ୍ଲକର ଭାରତର ପ୍ରଥମ ନିଲାମର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ଶ୍ରୀ ରାଓ ଏନ୍ଜିଡିଆର ପୋର୍ଟାଲରେ ଉପଲବ୍ଧ ଜିଓ ଲୋଜିକାଲ ଡାଟାର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ଅଧିକ ଅନୁସନ୍ଧାନ ଲାଇସେନ୍ସ ପ୍ରଦାନ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ । ବୈଠକର ବୈଷୟିକ ଅଧିବେଶନରେ ହାକାଥନ ବିଜେତାମାନେ- ଯଥା ପ୍ରଥମ ପୁରସ୍କାର ବିଜେତା ଦଳ ଏଏମ୍ଡି, ଦ୍ୱିତୀୟ ପୁରସ୍କାର ବିଜେତା ଦଳ ଜିଏସ୍ଆଇ ଏବଂ ତୃତୀୟ ପୁରସ୍କାର ବିଜେତା ଦଳ ଆଇଆଇଟି-ଆଇଏସ୍ଏମ୍, ଧନବାଦ ଏଆଇ/ଏମଏଲ ଉପକରଣ ବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଟାର୍ଗେଟ କରିବା ପାଇଁ ସେମାନଙ୍କର ଆଲଗୋରିଦମ୍ ଏବଂ ପଦ୍ଧତି ଉପସ୍ଥାପନ କରିଥିଲେ । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭିଏଲ୍ କାନ୍ତ ରାଓ ଭୂ-ବିଜ୍ଞାନର ବିଭିନ୍ନ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଯେଉଁଥିରେ ଜିଏସ୍ଆଇ, ପିଏସ୍ୟୁ, ଘରୋଇ ଅନୁସନ୍ଧାନ ଏଜେନ୍ସି ଏବଂ ଷ୍ଟାର୍ଟଅପ୍ ସେମାନଙ୍କର ସଫଳତା ପ୍ରଦର୍ଶନ କରିଥିଲେ ।