ସୁନା କିଣି କାର୍ ଜିତିଲେ ରୋନକ ଅଗ୍ରୱାଲ୍
ଭୁବନେଶ୍ୱର: ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିବା ରୋନକ ଅଗ୍ରୱାଲ ଆଜି ଅପରାହ୍ନ ପଟିଆସ୍ଥିତ କିସ୍ନା ଜୁଏଲାରୀରୁ ଏକ ଲକି ଡ୍ର'ରେ ମାରୁତୀ ସେଲେରିଓ କାର ଜିତିଥିବା ନେଇ ଫୋନ୍ ପାଇବାରୁ ନିଜ କାନକୁ ବିଶ୍ୱାସ କରିପାରିନଥିଲେ । ସେ କହିଛନ୍ତି, "ମୁଁ ଆଜି ନିଜକୁ ଭାଗ୍ୟବାନ ମନେ କରୁଛି । ମୁଁ ଯେଉଁଠି ବି କିଣାକିଣି କରିବାକୁ ଯାଉଥିଲି, ମୋ ସ୍ୱାମୀଙ୍କ ସହ ହେଉ କିମ୍ବା ଏକୁଟିଆ, ମୁଁ ଲକି ଡ୍ର କୁପନ୍ ପୂରଣ କରୁଥିଲି କିନ୍ତୁ କେବେ ବି ପୁରସ୍କାର ପାଇନଥିଲି । ସେଥିପାଇଁ ମୁଁ ଏକ କାର୍ ଜିତିଛି ବୋଲି ବିଶ୍ୱାସ କରିବାକୁ ମୋତେ କିଛି ସମୟ ଲାଗିଲା । ମୁଁ ତୁରନ୍ତ ଚଣ୍ଡିଗଡ଼ ଯାଇଥିବା ମୋ ସ୍ୱାମୀଙ୍କୁ ଜଣାଇଥିଲି ଏବଂ ସେ ମଧ୍ୟ ସମାନ ଭାବରେ ଉସôାହିତ ଥିଲେ ବୋଲି କାର୍ ବିଜେତା ଶ୍ରୀମତୀ ଅଗ୍ରୱାଲ କହିଛନ୍ତି । ଭୁବନେଶ୍ୱରର ଅଗ୍ରଣୀ ଗହଣା ବ୍ରାଣ୍ଡ୍ କିସ୍ନା ଜୁଏଲାରୀର ମାଲିକ ଅମିତ ଅଗ୍ରୱାଲଙ୍କ ଠାରୁ ପନôୀ ରୋନକଙ୍କୁ କାର୍ ନେଉଥିବା ଦେଖି ତାଙ୍କ ସ୍ୱାମୀ କୁନାଲ ଅଗ୍ରୱାଲଙ୍କ ଆଖିରେ ବି ଲୁହ ଆସିଯାଇଥିଲା । ପୁରସ୍କାର ମିଳିବା ପରେ ଏହି ଦମ୍ପତି ଲଙ୍ଗ ଡ୍ରାଇଭ୍ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି । ଆଉ ଜଣେ ଗ୍ରାହକ ଆଶୁତୋଷ ମହାନ୍ତି ପ୍ରଥମ ପୁରସ୍କାର ଆକାରରେ ୫୦୦୦ ଟଙ୍କା ପାଇଥିବା ବେଳେ ଦ୍ୱିତୀୟ ବିଜେତା ଭାବେ ସ୍ମୃତିରଞ୍ଜନ ରାଉତ ନଗଦ ୩୦୦୦ ଟଙ୍କାର ତୃତୀୟ ପୁରସ୍କାର ରାଶି ଜିତିଥିଲେ । କିସ୍ନା ଜୁଏଲାରୀର ମାଲିକ ଅମିତ ଅଗ୍ରୱାଲ କହିଛନ୍ତି, ଏହା ପ୍ରଥମ ଥର ନୁହେଁ, ଆମେ ଆମର ମୂଲ୍ୟବାନ ଗ୍ରାହକଙ୍କ ସହ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏଭଳି ଅନେକ ପଦକ୍ଷେପ ନେଇଛୁ । ଭାଗ୍ୟଶାଳୀ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଦୋକାନ ଗ୍ରାହକଙ୍କ ପାଇଁ ସମାନ ଅଫର ଆରମ୍ଭ କରିବ ବୋଲି ସେ କହିଛନ୍ତି ।