୭୨ ହଜାର ଜରିମାନା ଆଦାୟ
ପାଣିକୋଇଲି : ବୁଧବାର ଯାଜପୁର ପରିବହନ ବିଭାଗ ପକ୍ଷରୁ ପାଣିକୋଇଲିରେ ବେଆଇନ ପାର୍କିଂ ଓ ମଦ୍ୟପାନ କରି ଗାଡି ଚଳାଇବା ଚାଳକଙ୍କ ଠାରୁ ୭୨ହଜାର ଟଙ୍କା ଜରିମାନା ଆଦୟ କରାଯାଇଛି । ଯାଜପୁର ପରିବହନ ବିଭାଗର ଜୁନିଅର ଏମଭିଆଇ ପ୍ରଦୀପ୍ତ ବେହରା, ଏଟିଏସଆଇ ରାଜେଶ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ପାଣିକୋଇଲି ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ କଡରେ ଯାଂଚ କରି ବେଆଇନ ପାର୍କିଂ ଓ ନିଶା ସେବନକାରୀ ଗାଡି ଚାଳକ ଠାରୁ ଜରିମାନା ଆଦାୟ କରାଯାଇଥିଲା ।