ସ୍ୱଚ୍ଛ ସହର ପାଇଁ ଆସିକା ଏନ୍ଏସି ପୁରସ୍କୃତ
ଆସିକା : ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଏନଏସିକୁ ସ୍ୱଚ୍ଛ ସହର ରୂପେ ପୁରସ୍କୃତ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ, ବିଧାୟକ ବାବୁ ସିଂ, ଭୁବନେଶ୍ୱର ବିଏମସିର ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ରହି ୨ କୋଟି ଟଙ୍କାର ଚେକ ଏବଂ ମାନପତ୍ର ପ୍ରଦାନ କରିଥିଲେ । ଏହି ପୁରସ୍କାର ପାଇଁ ଆସିକା ନଗରପାଳିକା ବିନେତା ସ୍ୱାଇଁ, ହିସାବ ରକ୍ଷକ ହରଜିତ ସାଥୁଆ, ବିଜେଡି ନଗର ସଭାପତି ସତ୍ୟ ନାରାୟଣ ସ୍ୱାଇଁ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ଏହି ପୁରସ୍କାର ରାଶି ସ୍ୱଚ୍ଛତାରେ କାର୍ଯ୍ୟ କରାଯିବ ବୋଲି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର ପ୍ରକାଶ କରିଛନ୍ତି । ଏହି ପୁରସ୍କାର ମିଳିବା ପରେ ଆସିକା ବିଭିନ୍ନ ମାର୍କେଟର ସଂଘ, ଆସିକା ସାମ୍ୱାଦିକ ସଂଘ, ବୁଦ୍ଧିଜୀବୀ ଶିକ୍ଷାବିତ୍, ସମବାୟ ବିତ୍, ମହିଳା ଗ୍ରୁପ, ସ୍ୱଚ୍ଛସାଥି, ଏନଏସି କର୍ମଚାରୀ ଓ କାଉନସିଲର ସଦସ୍ୟ, କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।