ପିକଅପ ଧକ୍କାରେ ୪ ଆହତ
ପାଣିକୋଇଲି : ପାଣିକୋଇଲି-ଆଙ୍କୁଲା ରାସ୍ତାରେ ବାଇକକୁ ପିକଅପ ଧକ୍କା ଦେବା ଫଳରେ ୪ଜଣ ଆହତ ହୋଇଛନ୍ତି । ପ୍ରକାଶଯେ ଯାଜପୁର ଟାଉନ ପଟୁ ଏକ ପିକଅପ ପାଣିକୋଇଲି ଆସୁଥିବା ବେଳେ ଆଙ୍କୁଲା ପାଣିକୋଇଲି ରାସ୍ତାରେ ଆଗରେ ଥିବା ଏକ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଧକ୍କା ଖାଇ ବାଇକଟି ୨୦ଫୁଟ ରାସ୍ତା ତଳକୁ ଖସିଯାଇଥିବା ବେଳେ ଆରୋହୀ ଓ ସହଯାତ୍ରୀ ଆହତ ହୋଇ୍ଥିଳେ । ଅପରପକ୍ଷେ ପିକଅଟି ଭାରସାମ୍ୟ ହରାଇ ଏକ ଗଛରେ ଲାଖି ରହିବାକୁ ତଳକୁ ଖସିପାରିନଥିଲା । ହେଲେ ଚାଳକ ଓ ଖଳାସୀ ଆହତ ହୋଇଥିଲେ । ଖବରପାଇ ପାଣିକୋଇଲି ପୁଲିସ ଓ ରାଜପଥ ପୋଟ୍ରୋଲିଂଗ ଅଧିକାରୀ ପହଂଚି ଆହତ ମାନଙ୍କୁ ୧୦୮ ଅମ୍ବୁଲାନ୍ସ ଯୋଗେ ଯାଜପୁର ସଦର ମହକୁମା ଚିକିସôଳୟକୁ ପଠାଇ ତଦନ୍ତ ଜାରି ରଖିଥିଲେ ।