୮ କଲେଜରୁ ଆସିଛି ଯୌନ ନିର୍ଯାତନା ଅଭିଯୋଗ : ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

୮ କଲେଜରୁ ଆସିଛି ଯୌନ ନିର୍ଯାତନା ଅଭିଯୋଗ : ଲିଖିତ ଉତ୍ତର ରଖିଲେ ଉଚ୍ଚଶିକ୍ଷା ମନ୍ତ୍ରୀ 

ଭୁବନେଶ୍ୱର : ରାଜ୍ୟର ଆଠଟି କଲେଜରୁ ଆସିଥିଲା ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ । ଏନେଇ ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭା ଗୃହରେ ପ୍ରଶ୍ନ ରଖିଛନ୍ତି । ଏହି ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯବଂଶୀ ସୂରଜ ।

  ମନ୍ତ୍ରୀ କହିଛନ୍ତି, ରାଜ୍ୟର ଆଠଟି କଲେଜରୁ ଛାତ୍ରୀ ଯୌନ ନିର୍ଯାତନା ଓ ଶୋଷଣ ଅଭିଯୋଗ ଆସିଥିଲା । ରାଉରକେଲା ସ୍ୱୟଂଶାସିତ କଲେଜରୁ ୩ ଘଟଣା ସାମ୍ନାକୁ ଆସିଥିବାବେଳେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା । ସେହିଭଳି ଯାଜପୁର ବାଲିଆ କଲେଜରୁ ଗୋଟିଏ, ଅନୁଗୁଳ, ବରଗଡ଼ ଓ ଟିଟିଲାଗଡ଼ରୁ ଗୋଟିଏ ଲେଖାଏଁ ଅଭିଯୋଗ ଆସିଛି । ସେହିପରି ବାଲେଶ୍ୱର ଏଫଏମ କଲେଜରୁ ବି ଗୋଟିଏ ଅଭିଯୋଗ ଆସିଛି । ୭ଟି ଘଟଣାରେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବା ବେଳେ ଗୋଟିଏ କଲେଜରୁ ରାଗିଂ ଅଭିଯୋଗ ଆଣିଛନ୍ତି ଛାତ୍ରୀ ।