ଭଗବାନ ଭରସାରେ କୃଷି କାର୍ଯ୍ୟାଳୟ


ାା ଆସିକାରୁ ମନୋଜ କୁମାର ମୁନୀ ।ା

ଆସିକା ବ୍ଲକ କୃଷି କାର୍ଯ୍ୟାଳୟ ସ୍ୱୟଂ ଭଗବାନ ଭରସାରେ ଚାଲିଥିବା ଶୁଣିବାକୁ ମିଳୁଛି । ଏହି କାର୍ଯାଳୟରେ ନା ଅଛି ବୟୋମେଟ୍ରିକ ମେସିନ ନା ଅଛି କିଷାନ କଲ ସେଣ୍ଟର । ନାମକୁ ମାତ୍ର ଅଫିସ ଆଗରେ କୃଷି ସୂଚନା ଏବଂ ପରାମର୍ଶ କେନ୍ଦ୍ର ସହ ଗୋଷ୍ଠି କୃଷି କାର୍ଯ୍ୟାଳୟ ବୋଲି ନାମ ଫଳକ ରହିଛି । କିନ୍ତୁ ପ୍ରକୃତ ପକ୍ଷେ ବ୍ଲକର ଅନେକ ଚାଷୀ, ଭାଗ ଚାଷୀ, ନାମ ମାତ୍ର ଚାଷୀ, ମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କ ରେ ଶୁଣିବାକୁ କେହି ନାହାନ୍ତି । ଆସିକା କୃଷି ଅଧିକାରୀ ଙ୍କୁ ଅନେକ ଦିନ ଦେଖିବାକୁ ମିଳେ ନାହିଁ କ୍ଷ ଫୋନ କଲେ ଗ୍ରହଣ କରନ୍ତି ନାହିଁ । ଆହୁରି କୁଆଡେ କହନ୍ତି ଫୋନ ସରକାର ଦେଇନାହାନ୍ତି ।  କୃଷି ଅଧିକାରୀ ବ୍ଲକର ସମସ୍ତ ଚାଷୀ  ଏବଂ କୃଷି ଉଦ୍ୟୋଗୀମାନଙ୍କ ପାଇଁ  ମାର୍ଗଦର୍ଶକ ହେବେ ଏବଂ ସେମାନଙ୍କୁ କୃଷି ସାହାୟକ କେନ୍ଦ୍ର ମାଧ୍ୟମରେ ସମାଧାନ ପାଇଁ ଉସôାହିତ କରିବେ । ଚାଷୀ ମାନଙ୍କ ଫସଲ ଉତ୍ପାଦନ, ପଶୁପାଳନ ପରିଚାଳନା, କୀଟନାଶକ ନିୟନ୍ତ୍ରଣ ଏବଂ କୃଷି ଭିତ୍ତିଭୂମି ସହିତ ନୂତନ କୃଷି ପ୍ରଣାଳୀର ବିଭିନ୍ନ ଦିଗ, ଆଧୁନିକ କୃଷି  କୌଶଳ ଉପରେ କୃଷକମାନଙ୍କ ପାଇଁ ତାଲିମ, କରିବେ, କୃଷକମାନଙ୍କ ପାଇଁ ଚାଷୀ ମାନଙ୍କୁ ଗୁଣାତ୍ମକ ବିହନ ଉତ୍ପାଦନ ଉପରେ ନଜର ରଖିବା, ମଞ୍ଜି ଏବଂ ସାରର ଠିକ୍ ସମୟରେ ଯୋଗାଣ ନିଶ୍ଚିତ କରିବା, ଚାଷ ଜମିର ମୃତ୍ତିକାର ଉର୍ବରତାକୁ ଆକଳନ ଓ ଉନ୍ନତି କରିବା, ମୃତ୍ତିକା ପରିଚାଳନା ଅଭ୍ୟାସକୁ ସୁପାରିଶ କରିବା, ଫସଲ ରେ ଲାଗୁଥିବା କୀଟନାଶକ ଏବଂ ରୋଗ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଫସଲ ଯୋଜନା, ଉନ୍ନତ ପ୍ରଣାଳୀର ଚାଷ ଏବଂ ଅମଳର ତଦାରଖ କରିବା, ଉତ୍ପାଦନ ଏବଂ ସ୍ଥିରତା ବୃଦ୍ଧି ପାଇଁ କୃଷି ତଥ୍ୟ ବିଶ୍ଳେଷଣ କରି ଚାଷୀ ମାନଙ୍କୁ ଜଣାଇବା, ବିଭିନ୍ନ ପ୍ରଦର୍ଶନୀ, ସଭା, ଏବଂ ସମାରୋହ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା, କିଷାନ କଲ୍ ସେଣ୍ଟର ମାଧ୍ୟମରେ କୃଷକଙ୍କ କ୍ଷେତ୍ର ସମସ୍ୟାର ସମାଧାନ କରାଇବା,ପ୍ରାକୃତିକ ବିପର୍ଯ୍ୟୟ ସମୟରେ କଣ୍ଟିଜେଣ୍ଟ୍ ପଦକ୍ଷେପ ବିଷୟରେ ସୂଚନା ଏବଂ ସହଯୋଗ କରିବା ହେଉଛି ବ୍ଲକ କୃଷି ଅଧିକାରୀ ଙ୍କ ମୁଖ୍ୟ କାର୍ଯ୍ୟ ରହିଛି ।  କୃଷି ଅଧିକାରୀ ଡିଜିଟାଲ ଫସଲ ସର୍ବକ୍ଷେଣ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, ମୁଖ୍ୟମନ୍ତ୍ରୀ କିଷାନ ନିଧି ଯୋଜନା, ଖରିଫ ଚାଷ, ରବି ଫସଲ, ସମେତ ଚାଷ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ସମ୍ପର୍କ ରେ ସାମ୍ବାଦିକ ମାନଙ୍କୁ ଯେଉଁଠି ସୂଚନା ଦେବାକୁ ପଛ ଗୁ‚ା ଦିଅନ୍ତି, ଫୋନ ଗ୍ରହଣ କରନ୍ତି ନାହିଁ ତେବେ ଚାଷୀ ମାନଙ୍କ ସମସ୍ୟା କିଭଳି ଶୁଣିଥିବେ, ଜିଲ୍ଲା ରାଜ୍ୟ କୁ କିଭଳି ତଥ୍ୟ ପ୍ରଦାନ କରୁଥିବେ ତାହା ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଥିବ । କୃଷି ଅଧିକାରୀଙ୍କ ଏଭଳି ଅଜବ ନୀତି ଯୋଗୁଁ କୃଷକ ମାନେ ବହୁ ଯୋଜନାରୁ ବାଦ ପଡୁଛନ୍ତି ବୋଲି ଅଭିଯୋଗ ହେଉଛି ।