ବିଦୁ୍ୟତ୍ ଘାତରେ ମାଈ ହାତୀ ମୃତ
ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲା ହିନେ୍ଦାଳ ବନାଞ୍ଚଳରେ ହାତୀ ମଣିଷ ଲଢେଇ ଜାରି ରହିଥିବାବେଳେ ନିରୁପାୟ ହୋଇପଡ଼ିଛି ବନବିଭାଗ । ଗତକାଲି ଠୋକର ଗ୍ରାମର କ୍ଷେମା ମାଝି ନାମକ ଜଣେ ବୃଦ୍ଧଙ୍କର ହାତୀ ଆକ୍ରମଣରେ ମୃତୁ୍ୟ ଘଟିଥିବା ବେଳେ ଆଜି ବିଦୁ୍ୟତ ସଂସ୍ଫର୍ଶରେ ଆସି ଏକ ମାଇ ହାତୀର ମୃତୁ୍ୟ ଘଟିଛି । ବର୍ଷ ତମାମ ହିନେ୍ଦାଳ ବନାଞ୍ଚଳରେ ୨୦୦ରୁ ଅଧିକ ହାତୀ ରହୁଥିବା ବେଳେ ଦିନକୁ ଦିନ ହାତୀ ଉପଦ୍ରବ ଅସହ୍ୟ ହୋଇ ପଡ଼ିଲାଣି । ଦୁଇବର୍ଷରେ ୧୪୨ଜଣ ଲୋକ ହାତୀ ଆକ୍ରମଣର ଶିକାର ହୋଇ ମୃତୁ୍ୟ ବରଣ କରିଥିବାବେଳେ ଅନେକ ଲୋକ ଗୁରୁତର ହୋଇ ଚିକିସôିତ ହେଉଛନ୍ତି ଏବଂ ଅନେକ ହାତୀଙ୍କର ମଧ୍ୟ ମୃତୁ୍ୟ ଘଟିଛି । କେବଳ ସହାୟତା ରାଶି ଦେଇ ବନବିଭାଗ ଚୁପବସି ଯାଉଛି । ଫଳରେ ବୁଦ୍ଧିଜୀବିମହଲରେ ଅସନ୍ତୋଷ ବୃଦ୍ଧି ପାଉଛି ।ସରକାର ଏଥିପ୍ରତି ବିଶେଷଭାବେ ଧ୍ୟାନ ଦେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।