ବିଶୋଇ ବିଦ୍ୟାଳୟର ନୈରାଶ୍ୟଜନକ ଫଳାଫଳ
ବିଶୋଇ: ନିରାଶ କରିଛି ବିଶୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷା ଫଳ । ଚଳିତ ବର୍ଷ ୧୦୯ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିବାବେଳେ କେହି ବି ବିଦ୍ୟାର୍ଥୀ ଏ୧ ପାଇଁ ଯୋଗ୍ୟ ହୋଇପାରିଲେ ନାହିଁ । ଯାହାକି ଶିକ୍ଷାରମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ୨ ରେ ଜଣେ, ବି୧ ରେ ୪ ଜଣ, ବି୨ ରେ ୨୮ ଜଣ, ସିରେ ୪୮ ଜଣ, ଡିରେ ୨୬ ଜଣ ଏବଂ ଇ ଗ୍ରେଡରେ ୨ ଜଣ ପାସ କରିଛନ୍ତି । ଚଳିତ ଥର ଏ୨ରେ ୪୯୪ ନମ୍ବର ରଖି ଲକ୍ଷ୍ମଣ ମାଝି ସ୍କୁଲ୍ ଟପ୍ପର ହୋଇଛନ୍ତି । ପୂର୍ବରୁ ବିଶୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ପରୀକ୍ଷା ଫଳାଫଳ ଜିଲ୍ଲା ତଥା ରାଜ୍ୟରେ ରେକର୍ଡ କରୁଥିବା ବେଳେ ବିଗତ କିଛି ବର୍ଷ ହେବ ଦଶମ ପରୀକ୍ଷା ଫଳ ନୈରାଶ୍ୟ ଜନକ କାରଣରୁ ଶିକ୍ଷାର ମାନକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ଶିକ୍ଷାର ମାନ ନୈରାଶ୍ୟଜନକ କାହିଁକି ହେଉଛି ସେ ଦିଗରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ, ସ୍କୁଲ୍ କମିଟି ଦୃଷ୍ଟି ଦେଲେ ପୁନର୍ବାର ପୂର୍ବ ଗୌରବ ଫେରି ପାଇବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।