ଦେଶର ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର : ଦେଶର ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଆନ୍ଧ୍ରର କଡ୍ଡପା ଓ ଭୁବନେଶ୍ୱରର ତାପମାତ୍ରା ୪୩.୮ ଡିଗ୍ରୀ ଛୁଇଁଛି । ସେପଟେ ୧୭ ସହରରେ ତାତି କମିଥିବାବେଳେ ଆସନ୍ତାକାଲି ୯ ଜିଲ୍ଲାକୁ ତାତି ପାଇଁ ଓ ୧୫ ଜିଲ୍ଲାକୁ ଝଡ଼ବତାସ ସକାଶେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ତାତି ବଢ଼ିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।