ସିଏମଓରୁ ହଟିଲେ ସବୁ ଅଫିସର

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ଆସିବା ପରେ ସିଏମଓରୁ ପୂର୍ବରୁ କିଛି ଅଫିସର ନିଜ ନିଜର ଇସ୍ତଫାଦେଇଥିବାବେଳେ ଏବେ ସବୁ ଅଫସରଙ୍କୁ ହଟାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁ ଓଏସଏସ  ଅଫିସରଙ୍କୁ ହଟାଯାଇଛି ।

ଜଣେ ଅନୁସଚିବ ଓ ୬ ଜଣ ସେକ୍ସନ ଅଫିସରଙ୍କୁ ହଟାଯାଇଛି । ସିଏମଓରେ ଥିବା ୧୫ ଜଣ ଏଏସଓଙ୍କୁ ମଧ୍ୟ ହଟାଯାଇଛି । ସିଏମଓରୁ ହଟାଯାଇ ସେମାନଙ୍କୁ ନିଜ ପ୍ରଶାସନିକ ବିଭାଗକୁ ପଠାଯାଇଥିବା ଜଣାଯାଇଛି ।