୯.୩୦ ସୁଦ୍ଧା କର୍ମଚାରୀଙ୍କୁ ଅଫିସ୍‌ରେ ପହଞ୍ଚିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାରେ ବିରୋଧୀ ଦଳଗୁଡ଼ିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଏହି କ୍ରମରେ ଆଜି ଲୋକସେବା ଭବନ ଘେରାଉ କରିବ ବିଜେଡି। ଏଥିପାଇଁ ସବୁ କର୍ମଚାରୀଙ୍କୁ ସାଢ଼େ ୯ଟା ସୁଦ୍ଧା ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକସେବା ଭବନ ଓ ଆଖପାଖ ଅଫିସ୍‌ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସାଢ଼େ ୯ଟାରୁ ଲୋକସେବା ଭବନ ସମ୍ମୁଖ ଗେଟ ବନ୍ଦ ହେବ ସୂଚନାଯୋଗ୍ୟ, କଲେଜର ଶିକ୍ଷା ବିଭାଗ ମୁଖ୍ୟ ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ବିରୋଧରେ ପୀଡ଼ିତା ଯୌନ ନିର୍ଯାତନା ଅଭିଯୋଗ ଆଣିଥିବାବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାର ପ୍ରତିବାଦରେ ଜୁଲାଇ ୧୭ ଗୁରୁବାର ‘ଓଡ଼ିଶା ବନ୍ଦ’ କରିବା ପାଇଁ ବିରୋଧୀ ଡାକରା ଦେଇଛନ୍ତି। କଂଗ୍ରେସ ନେତୃତ୍ୱରେ ବାମପନ୍ଥୀଙ୍କ ସମେତ ୮ ବିରୋଧୀ ଦଳ ଏହି ବନ୍ଦ ପାଳନରେ ସାମିଲ ହେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମହିଳାମାନଙ୍କୁ ସୁୂରକ୍ଷା ଦେବାରେ ବିଫଳ ହୋଇଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଛାତ୍ରୀ ପେଟ୍ରୋଲ ଆଣି ନିଜ ଉପରେ ଢାଳିବା ସହ ଦେହରେ ନିଅଁା ଲଗାଇଦେଲେ ଏବଂ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ। କେହି କିଛି କଲେନାହିଁ। ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ବୋଲି ଭକ୍ତ କହିଛନ୍ତି।