ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ପରଲୋକ
ଭୁବନେଶ୍ୱର : ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ସେ ଚିକିତ୍ସିତ ହେଉଥିଲେ । ଏମ୍ସ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ଏନେଇ ଝିଅ ଦେବସ୍ମିତା ଶର୍ମା ସୂଚନା ଦେଇଛନ୍ତି । ରାଜ୍ୟ କଂଗ୍ରେସର ଜଣେ ଲୋକପ୍ରିୟ ଓ ଲଢୁଆ ନେତା ଭାବେ ସ୍ୱର୍ଗତ ଶର୍ମା ପରିଚିତ ଥିଲେ । ୨୦୧୪ରେ ସେ ଆଳିରୁ ବାଜିମାତ୍ କରି ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିଲେ । ତାଙ୍କର ଦେହ ଅସୁସ୍ଥ ଥିବାରୁ ଗତ ନିର୍ବାଚନରେ ଆଳିରୁ ତାଙ୍କର ଝିଅ ନିର୍ବାଚନ ଲଢ଼ିଥିଲେ । ଦେବେନ୍ଦ୍ରଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ଏଆଇସିସି ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତ ଚରଣ ଦାସ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।