ଅଜଣା ଗାଡ଼ି ଧକ୍କାରେ ୩ ମୃତ 

ଅଜଣା ଗାଡ଼ି ଧକ୍କାରେ ୩ ମୃତ 

ଢେଙ୍କାନାଳ : ଅଜଣା ଗାଡ ଧକ୍କାରେ ୩ ମୃତ । ଏହି ମର୍ମନ୍ତୁଦ ଦୁର୍ଘଟଣା ଢେଙ୍କାନାଳ ସହରର ଉପକଣ୍ଠ ଗୋବିନ୍ଦପୁର ନିକଟ ଏନଏଚ-୫୫ରେ ଘଟିଛି । ଗୁରୁବାର ବିଳମ୍ବିତ ରାତ୍ରିରେ  ସ୍କୁଟିରେ ଯାଉଥିବା ୩ ଜଣ ଯୁବକଙ୍କୁ ଏକ ଅଜଣା ଗାଡ଼ି ଧକ୍କା  ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ଗୋବିନ୍ଦପୁର ଫାଣ୍ଡି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି । ତେବେ ଦୁର୍ଘଟଣାଗ୍ରସ୍ତ ସ୍କୁଟିଟି କଟକ ମାହାଙ୍ଗା ଅଞ୍ଚଳର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । 

     ଖବର ଅନୁସାରେ, ଗୁରୁବାର ରାତ୍ରିରେ ସ୍କୁଟି ଯୋଗେ ୩ ସାଥି ଢେଙ୍କାନାଳରୁ ଚୌଦ୍ୱାର ଯାଉଥିବା ବେଳେ ପଛପଟୁ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ଢେଙ୍କାନାଳ ତୁମୁସିଂହା ଥାନା ମାଛିଆ ଗ୍ରାମର ମିଥୁନ ପାତ୍ର, କଟକ ମାହାଙ୍ଗା ଥାନା ଜଳେଶ୍ୱରପୁର ଗ୍ରାମର ଜଗନ୍ନାଥ ଦାଶ ଓ ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ମୃତ ଯୁବକ ଚୌଦ୍ୱାର ଅଂଚଳର ଶକ୍ତି ହୋଟେଲର କର୍ମଚାରୀ ବୋଲି ଜଣାପଡିଛି । ଗୋବିନ୍ଦପୁର ଫାଣ୍ଡି ପୋଲିସ ଦୁର୍ଘଟଣା ଗ୍ରସ୍ତ ସ୍କୁଟିକୁ ଜବତ କରି ତଦନ୍ତ ଚଳାଇଛି ।