ପୋଷ୍ଟାଲ ବାଲଟ ମତଦାନ ନେଇ ପ୍ରଶିକ୍ଷଣ


 ଢେଙ୍କାନାଳ : ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ହେଉଛି ପୋଷ୍ଟାଲ ବାଲଟ । ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପାଦନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏହି ପ୍ରଶିକ୍ଷଣ ଶିବିରରେ କହିଥିଲେ ଯେ,  ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପ୍ରତ୍ୟେକଟି ମତଦାତାଙ୍କୁ ଦାୟିତ୍ୱର ସହିତ ଓ ସମସ୍ତ ଅଧିକାରୀଙ୍କୁ କର୍ତ୍ତବ୍ୟନିଷ୍ଠତା ସହିତ ଅନୁଧ୍ୟାନ କରିବାକୁ ହେବ । ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ (ସର୍ବନିମ୍ନ ୪୦%) ଶାରୀରିକ ଅକ୍ଷମ ବ୍ୟକ୍ତି, ପୁଲିସ୍ ସେବା, ଜରୁରୀକାଳୀନ ସେବା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କର୍ମ·ରୀଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧି ଯେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ଉପରୋକ୍ତ ଶ୍ରେଣୀଭୁକ୍ତ ମତଦାତାମାନେ ଫର୍ମ -୧୨ ଦ୍ୱାରା ଏହି ବ୍ୟବସ୍ଥାର କାର୍ଯ୍ୟକାରୀ କରାଇ ପାରିବେ । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ଅନିତା ପାତ୍ର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ,  ସମସ୍ତ ଆରଓ ଓ ଉପଖଣ୍ଡ, ବ୍ଲକ ସ୍ତରୀୟ ଅଧିକାରୀମାନେ  ଯୋଗ ଦେଇଥିଲେ ।