ହଂକଂ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି

ହଂକଂ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୯୪କୁ ବୃଦ୍ଧି

ନୂଆଦିଲ୍ଲୀ : ହଂକଂରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ଦ୍ୱିତୀୟ ଦିନରେ ମଧ୍ୟଅଗ୍ନିଶମ କର୍ମଚାରୀମାନେ ଏବେ ବି ନିଆଁ ଲିଭା କାର୍ୟ୍ୟକରୁଛନ୍ତି । ଏପର୍ୟ୍ୟନ୍ତଏଥିରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି । ୨୮୦ରୁ ଅଧିକ ନିଖୋଜ ଅଛନ୍ତି। ଅଧିକାରୀଙ୍କ ଅନୁଯାୟୀ,ସମସ୍ତ ଆହତଙ୍କ ସନ୍ଧାନ ଜାରି ରହିଛି । ଏହି ଅଗ୍ନିକାଣ୍ଡ ଘଟଣାରେ ୩ଜଣ ନିର୍ମାଣ ଶ୍ରମିକଙ୍କୁ ଗିରଫ କରାଯାଇଛି।

   

     ଏହି ଘଟଣାରେ ପ୍ରାୟ ୭୬ ଜଣ ଆହତ ହୋଇଛନ୍ତି । ଯାହାଙ୍କ ମଧ୍ୟରୁ ୪୩ ଜଣଙ୍କ ଅବସ୍ଥା ଗୁରୁତରଅଛି । ମୃତକଙ୍କ ମଧ୍ୟରେ ଜଣେ ଅଗ୍ନିଶମ କର୍ମଚାରୀ ଅଛନ୍ତି । ଅନେକ ଲୋକ ଏବେ ବି କୋଠାଘରେ ଫସି ରହିଛନ୍ତି । ସାତଟି ବ୍ଲକ ମଧ୍ୟରୁ ଚାରିଟିରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରାଯାଇଛି । ଗୁରୁବାର ସନ୍ଧ୍ୟାରେ ବାକି ୩୧ ମହଲା ବିଶିଷ୍ଟ କୋଠାର ଉପର ମହଲାରେ ନିଆଁ ଲାଗି ରହିଥିଲା । କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ କାର୍ୟ୍ୟ ଜାରି ରଖିଛନ୍ତି । ଏକ ବଡ଼ ପୋଲିସ ମୁତୟନ କରାଯାଇଛି । ସ୍ଥାନୀୟ ହସ୍ପିଟାଲ ଗୁଡ଼ିକୁ ମଧ୍ୟ ସତର୍କ ରଖାଯାଇଛି । ଏହି ସମୟରେ,ବୁଧବାର ରାତିରେ ଆବାସିକ କୋଠାରେ ଲାଗିଥିବା ଭୟଙ୍କର ଅଗ୍ନିକାଣ୍ଡ ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଶୋକ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ନିଆଁ ଲିଭାଇବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  

     ହଂକଂ ସରକାର ପ୍ରଭାବିତ ଲୋକଙ୍କ ପାଇଁ ୩୦୦ ନିୟୁତ ହଂକଂ ଡଲାର ରିଲିଫ୍‌ ସହାୟତା ଘୋଷଣା କରିଛନ୍ତି । ଶହ ଶହ ବିସ୍ଥାପିତ ବାସିନ୍ଦାଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ତାଇ ପୋ ଜିଲ୍ଲାରେ ୧୯୮୩ ମସିହାରେ ନିର୍ମିତ ୱାଙ୍ଗ ଫୁକ୍‌ କୋର୍ଟ କମ୍‌ପ୍ଲେକ୍ସରେ ୧୯୮୪ ଫ୍ଲାଟ୍‌ ଥିବା ଆଠଟି ବହୁମହଲା କୋଠା ରହିଛି । ୨୦୨୧ଜନଗଣନା ଅନୁଯାୟୀ,ଏହି କୋଠା ଗୁଡ଼ିକରେ ପ୍ରାୟ୪,୬୦୦ଲୋକ ବାସବାସକରନ୍ତି ।