ଗଙ୍ଗା ଘାଟରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବଡନାଗେନା ଠାରେ ଉକ୍ରଳର ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମହାଦେବଙ୍କ ନିକଟରେ ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ ଉତ୍ତରବାହୀ ଗଙ୍ଗା ଘାଟରେ ପବିତ୍ର ମାଘସପ୍ତମୀରେ ପ୍ରଥମ ବାରୁଣୀ ବୁଡ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଚେତନା ସେବା ସମିତି ଓ ଶ୍ରୀ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବାରୁଣୀ ବ୍ରତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ପବିତ୍ର ପ୍ଲାବନ ଭୂମି ଓ ପୀଠ ତଥା ଘାଟର କିର୍ତ୍ତୀରାଜ ଇତିହାସକୁ ପୁନରୁଦ୍ଧାର କରିବା ପାଇଁ ଶ୍ରୀ ଜଗନ୍ନାଥ ଚେତନା ସେବା ସମିତି ଢେଙ୍କାନାଳ ଓ ଶ୍ରୀ ନାଗନାଥେଶ୍ୱର ମନ୍ଦିର ଉନ୍ନୟନ ପରିଷଦ ମିଳିତ ସହଯୋଗରେ ପବିତ୍ର ମାଘସପ୍ତମୀରେ ବ୍ରାହ୍ମଣୀ ଉତ୍ତରାୟଣୀ ଗଂଗାଘାଟରେ ସମୂହ ବାରୁଣୀ ବୁଡ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଶତାଧିକ ଶ୍ରଦ୍ଧାଳୁ ପୂଣ୍ୟତୋୟା ବ୍ରାହ୍ମଣୀରେ ବୁଡ ପକାଇବା ସହିତ ସର୍ବମଙ୍ଗଳ ବିଧାନାର୍ଥେ ସର୍ଯ୍ୟଦେବଙ୍କୁ ଜଳାର୍ଘ୍ୟ ସହ ଗଙ୍ଗାପୂଜନ କରିବା ସହିତ ଶ୍ରୀ ଶ୍ରୀ ନାଗନାଥେଶ୍ୱରଙ୍କୁ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ମନ୍ଦିର କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମଯଜ୍ଞ ଆୟୋଜନ ହୋଇଥିଲା । ଶ୍ରୀ ଜଗନ୍ନାଥ ଚେତନା ସେବାସମିତିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆର୍ଟ ଅଫ୍ ଲିଭିଙ୍ଗର ସଂପାଦକ ପ୍ରଦୀପ୍ତ କୁମାର ମିଶ୍ର, ବିଶିଷ୍ଟ ନାଟ୍ୟକାର ନିଦେ୍ର୍ଦଶକ ଶତୃଘ୍ନ ମାଟି, ବରିଷ୍ଠ ସାମ୍ବାଦିକ ଅଥୟ କୁମାର ସାହୁ, ବିଶିଷ୍ଟ ଉଦ୍ୟୋଗପତି ଅସ୍ୱିନୀ କୁମାର ସାହୁ, ସାମ୍ବାଦିକ ଆଦିତ୍ୟ ପଣ୍ଡା, ସମାଜସେବୀ ବିକାଶ କୁମାର ରଥ, ଚାମ୍ବର ଅଫ୍ କମର୍ସର ଉପସଭାପତି ରାଜକିଶୋର ବେହେରା, ସାଇ ସତ୍ସଙ୍ଗ ସେବା ଟ୍ରଷ୍ଟର ଅଧ୍ୟକ୍ଷ ଶିବପ୍ରସାଦ ପଣ୍ଡା, ବିଶିଷ୍ଟ ଲେଖିକା ତଥା ଆଇନଜୀବୀ ନିର୍ମଳା ମହାପାତ୍ର, ଆଇନଜୀବୀ ପଦ୍ମଭୂଷଣ ସାହୁ, ପୁରୀର ଜିଏମ୍ ଅବିନାଶ ପାଣିଗ୍ରାହୀ, ମମତା ମିଶ୍ର, ଏଚ୍ଡିଏଫ୍ସି ଶାଖା ଉପପ୍ରବନ୍ଧକ ଭବାନୀ ଶଙ୍କର ଦାସଗୁପ୍ତା, ଆଇନଜୀବୀ ସମ୍ବିତ କୁମାର ବୋଷ, ସର୍ବେଶ୍ୱର ବ୍ରହ୍ମ, ଦୀପକ ମିଶ୍ର, ବିଜ୍ଞାନ ମହାନ୍ତି ଏବଂ ମନ୍ଦିର ପରିଚାଳନା କମିଟି ସଂପାଦକ ସୁଦାମଚନ୍ଦ୍ର ବେହେରା, ସଭ୍ୟ ଅଶୋକ କୁମାର ପଣ୍ଡା, ସବ୍ୟସାଚୀ ପାଣି, ସଭାପତି ନିତ୍ୟାନନ୍ଦ ସାହୁ, ସୁଧୀର କୁମାର ପାଣି, ଶ୍ରୀବତ୍ସ ଦାସ, ବିଶ୍ୱନାଥ ସାହୁ, ପ୍ରମୁଖଙ୍କ ସହଯୋଗରେ ଏହି ଆଧ୍ୟାତ୍ମିକ ବାରେଣୀ ବୁଡ କାର୍ଯ୍ୟ ସମାହିତ ହୋଇଥିଲା ।